ଓଏମସି ପକ୍ଷରୁ ବନମହୋତ୍ସବ ସପ୍ତାହ ୨୦୨୫ ପାଳିତ; କର୍ମଚାରୀ ବାଣ୍ଟିଲେ ବନୀକରଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା

Published By : Prameya-News7 Bureau | July 07, 2025 IST

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନମହୋତ୍ସବ ସପ୍ତାହ ୨୦୨୫ ଉତ୍ସାହର ସହିତ ପାଳନ ହୋଇଯାଇଅଛି। ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁ ସଂଖ୍ୟକ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଅଛି । ବର୍ଷାଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସଚେତନତା ବୃଦ୍ଧି କରିବାକୁ ନିୟମିତ ଅଭିଯାନ ଜାରି ରଖିଛି । ଏଥି ସହିତ, ଅସମୟରେ ଜଙ୍ଗଲ ନିଆଁ ବା ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରି ଆସୁଅଛି। 

ଓଏମସି ଆର୍ଥିକ ବର୍ଷ ୨୪-୨୫ ମଧ୍ୟରେ ୬୦,୦୦୦ରୁ ଅଧିକ ଚାରାରୋପଣ କରିବା ସହିତ ଏପର୍ଯ୍ୟନ୍ତ ୯୦ଲକ୍ଷରୁ ଅଧିକ ବୃକ୍ଷରୋପଣ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.