ଭୁବନେଶ୍ଵର ୧୩।୦୩ : ଅଣ୍ଡା ଦେଉଛନ୍ତି ଅଲିଭ୍ ରିଡ୍ଲେ । ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେ କଇଁଛଙ୍କ ଅଦିନିଆ ଅଣ୍ଡାଦାନ। ଗତ ମାସରେ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ସରିଥିଲା। ନିର୍ଦ୍ଧିଷ୍ଟ ସ୍ଥାନରେ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରିଥିଲେ। ଏବର୍ଷ ସର୍ବକାଳୀନ ରେକର୍ଡ ବି ହୋଇଥିଲା। ଏବେ ଗୋପାଳପୁର ବେଳାଭୂମିରେ କିଛି ଅଲିଭ୍ ରିଡଲେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତ୍ ଏବଂ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ଦୃଶ୍ୟ ପରିଲକ୍ଷିତ ହେଉଥିବା ଅନୁମାନ କରିଛନ୍ତି ପରିବେଶବିତ୍।
ଆମେରିକାରେ ବଦଳିବ ଭୋଟ ଦେବା ତରିକା, ଭାରତର ଉଦାହରଣ ଦ...
