ଜମିବାଡ଼ି ବିବାଦ ସହ ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, ୪ ଅଭିଯୁକ୍ତ ଅଟକ

Published By : Prameya-News7 Bureau | June 22, 2025 IST

କଣ୍ଟାବାଞ୍ଜି ୨୨।୬: ଜମିବାଡ଼ି ଶତ୍ରୁତା ଓ ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ । ଶୋଇଥିବା ବେଳେ ଜଣଙ୍କୁ ନିର୍ମମ ହତ୍ୟା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ ଖୁଜେନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ଘର ବାହାରେ ଶୋଇଥିବା ବେଳେ ଗାଁର ତୁଲାରାମ ଜାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ସନ୍ଦେହରେ ପୁତୁରା ଡିଙ୍ଗର ଜାନୀ, ରୁକ୍ମଣ ଜାନୀ, ସୁକାନନ ଜାନୀ, ରୂପବନ୍ତ ଜାନୀଙ୍କୁ ଅଟକ ରଖିଛି ତୁରେକେଲା ପୋଲିସ । ଘଟଣାସ୍ଥଳରେ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଛି । 

ଗତ କିଛି ବର୍ଷ ତଳେ ସୁଲଆନା ଜାନୀ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । ପରେ ତୁଲାରାମ ଜାନୀ ହିଁ ସୁଲଆନାଙ୍କୁ ଗୁଣି ଗାରେଡି କରିଥିବା ନେଇ ତାଙ୍କ ପୁତୁରା ସନ୍ଦେହ କରି ଆସୁଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ ଯୋଜନାବଦ୍ଧ ଭାବେ ଟାଙ୍ଗିଆରେ ୪ ଜଣ ପୁତୁରା ମିଶି ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

You Can Read:

ଆମେରିକାର ମାର୍ଗଦର୍ଶିକା ନେଇ ବର୍ଷିଲେ ଯୋଗାଣ ମନ୍ତ୍ରୀ, କହିଲେ- ଆମେରିକାରେ କ’ଣ କିଛି ବିଶୃଙ୍ଖଳା ହେଉନି, ସେଠି ପରା ଦଙ୍ଗା ହେଉଛି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.