ମହିଳା କଣ୍ଠଶିଳ୍ପୀ କୁନି ଛତ୍ରିଆଙ୍କ ଅକାଳ ବିୟୋଗ, ପୁରା ଅଞ୍ଚଳରେ ଶୋକର ଛାୟା

NEWS7
ojs-result-declared-somesh-ranabijuli-become-topper-33-pass-

ବଲାଙ୍ଗୀର ୧୫।୦୧: ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ । ବଲାଙ୍ଗୀର ତୁଷୁରା ଘୁଡୁକା ବଜାର ମହିଳା କଣ୍ଠଶିଳ୍ପୀ କୁନି ଛତ୍ରିଆଙ୍କ ଅକାଳ ବିୟୋଗ ଘଟିଛି । କୁନିଙ୍କୁ ବିୟୋଗ ପରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

କୁନି ଘୁଡୁକାର ଥିଲେ ସ୍ୱର। ତୁଷୁରାର ସୁନାମ ଧନ୍ୟ କଳାକାର ବଡ଼ ଛତ୍ରୀଆଙ୍କ ସ୍ତ୍ରୀ ଥିଲେ କୁନି। ଛୋଟ-ବଡ଼ ଘୁଡୁକା ବାଲାଙ୍କ ସ୍ୱର ଥିଲେ କୁନି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ କୁନିଙ୍କୁ ୩୬ ବର୍ଷ ବୟସ ହେଉଥିଲା। ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ମରଶରୀର ବୁର୍ଲାରୁ ତୁଷୁରା ସ୍ଥିତ ତାଙ୍କ ଘରକୁ ଅଣାଯାଇଛି। ତୁଷୁରାରେ ଶେଷକୃତ୍ୟ ସମ୍ପନ୍ନ ହେବ। ଦେଶ ଓ ବିଦେଶରେ ନିଜର କଳା ପ୍ରଦର୍ଶନ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।