ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ, କ୍ଷତିଗ୍ରସ୍ତ ହେଲା ଦୁଇଟି ଟ୍ୟାଙ୍କର

Published By : Prameya-News7 Bureau | April 20, 2024 IST

ପାରାଦୀପ ୨୦।୪: ଅଠରବାଙ୍କି ସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ସମ୍ମୁଖରେ ଥିବା ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଛି । ଏଥିରେ ଟ୍ୟାଙ୍କର ନିକଟରେ ଥୁଆ ଯାଇଥିବା ଆଉ ଦୁଇଟି ଟ୍ୟାଙ୍କର ମଧ୍ଯ କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିଥିବା ଟ୍ୟାଙ୍କର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି । ଏଠାରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲର ତିନୋଟି ତୈଳ ଟର୍ମିନାଲ ରହିଥିବା ବେଳେ ଆଇଓସିଏଲର ଏକ ଗ୍ୟାସ ଟର୍ମିନାଲ ମଧ୍ଯ ରହିଛି । ଯେଉଁଥିରେ ଲକ୍ଷାଧିକ ଲିଟର ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଗଚ୍ଛିତ ରହିଛି । ମାତ୍ର ଏଠାରେ ଟ୍ୟାଙ୍କର ଗୁଡିକୁ ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ, ସମସ୍ତ ଗାଡି ପାଖକୁ ପାଖ ରଖାଯାଇଛି । ଏହି ଅଗ୍ନିକାଣ୍ଡ ଘଟିଥିବା ଟ୍ୟାଙ୍କରଟି ଫାଙ୍କା ଥିବାରୁ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ । ଗାଡିର ବ୍ୟାଟେରୀ ସର୍ଟ ସର୍କିଟ୍ ହୋଇ ଗାଡିରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଡ୍ରାଇଭର ମାନେ ପ୍ରଥମେ ଫୋମ୍ ମାରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତକୁ ଆଣିଥିଲେ ।

You Can Read :

ମହାନଦୀ ଡଙ୍ଗା ବୁଡି : ମିଳିଲା ନିଖୋଜ ସମସ୍ତ ୮ ଜଣଙ୍କ ମୃତଦେହ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.