ଭେନେଜୁଏଲାରେ ଆମେରିକାର ଏୟାର ଷ୍ଟ୍ରାଇକ୍, ୪୦ ମୃତ

NEWS7
oil-search-work-nearing-completion-rig-machine-used-to-dig-below-10000-feet

ନ୍ୟୁୟର୍କ, ୦୪/୦୧ : ଭେନେଜୁଏଲା ଉପରେ ଆମେରିକାର ଆକ୍ସନ ପରେ ଏବେ ସାରା ବିଶ୍ୱ ସ୍ତବ୍ଧ । ରାଜଧାନୀ କାରକସରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଛି ଆମେରିକା । ତାଙ୍କୁ ନ୍ୟୁୟର୍କ ଅଣାଯାଇଛି । ଏହି ଅପରେସନର ନାଁ ଦିଆଯାଇଛି ଆବସଲ୍ୟୁଟ୍ ରିଜର୍ଭ୍ । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲାର ଶାସନ ଭାର ଏବେ ୟୁଏସ ହାତରେ ବୋଲି କହିଛନ୍ତି । ସେପଟେ ଆମେରିକାର ଏୟାରଷ୍ଟ୍ରାଇକରେ ୪୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।

ଆମେରିକାର ଏୟାରଷ୍ଟ୍ରାଇକରେ ଭେନେଜୁଏଲାର ଭୟଙ୍କର କ୍ଷତି ହୋଇଛି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଭେନେଜୁଏଲାର ୪୦ ଜଣ ପ୍ରାଣ ହରାଇଛନ୍ତି । ସେଠାକାର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଠାତ ଆକାଶରୁ ବୋମା ବର୍ଷା ହୋଇଥିଲା । କେହି କିଛି ବୁଝିବା ଆଗରୁ ୟୁଏସ ଅପରେସନରେ ସଫଳ ହୋଇଥିଲା । ଜାନୁଆରୀ ୩ରୁ ଏୟାରଷ୍ଟ୍ରାଇକ୍ ଆରମ୍ଭ ହୋଇଥିଲା । ଅପରେସନ ପରେ ମାଦୁରୋଙ୍କୁ ୟୁଏସ ଗିରଫ କରିନେଇଛି ।

ଆମେରିକାରେ ପହଁଚିଲା ବିମାନ

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆଣୁଥିବା ବିମାନ ନ୍ୟୁୟର୍କରେ ପହଁଚିସାରିଛି । ନ୍ୟାଶନାଲ ଗାର୍ଡ ବେସରେ ବିମାନ ଅବତରଣ କରିଥିଲା । ଲ୍ୟାଣ୍ଡିଂ ପରେ ତାଙ୍କୁ କଡା ସୁରକ୍ଷା ବଳୟରେ ବାହାରକୁ ଅଣାଯାଇଥିଲା । ୧୨ରୁ ଅଧିକ ଫେଡେରାଲ ଏଜେଣ୍ଟ୍ ତାଙ୍କୁ ଘେରି ରହିଥିଲେ ।

ଟ୍ରମ୍ପଙ୍କୁ ନିନ୍ଦା

ଆମେରିକାର ଏପରି ଆକ୍ସନକୁ ଲାଟିନ ଆମେରିକା ସମେତ ଚାଇନା, ୟୁରୋପ, ଋଷ ଆଦି ନିନ୍ଦା କରିଛନ୍ତି । ଉତ୍ତେଜନା କମାଇବାକୁ ସମସ୍ତ ଦେଶ ଅପିଲ କରିଛନ୍ତି । ତେବେ ଲଗାତାର ଭେନେଜୁଏଲା ଉପକୂଳରେ ଏୟାରଷ୍ଟ୍ରାଇକ୍ ଏବଂ ବନ୍ଦରକୁ ଟାର୍ଗେଟ୍ କରିବା ପରେ ଏବେ ସେଠାକାର ରାଷ୍ଟ୍ରପତିଙ୍କୁ ୟୁଏସ ନେଇ ଆସିଛି ।