ଭୁବନେଶ୍ବର: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଅଫିସ୍ ଘର। ମଙ୍ଗଳବାର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ସଂସାର ଉଦୟ ଉଦ୍ୟୋଗ ବିଲଡିଂରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ତୃତୀୟ ମହଲାରେ ଥିବା ହାଭେଲ୍ସ ଅଫିସ ଗୋଦାମ ପୋଡ଼ି ପାଉଁଶ ହୋଇଯାଇଛି।
ଖବରପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଏବଂ କଳ୍ପନା ଅଗ୍ନିଶମ ବାହିନୀ ସମେତ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଅଧିକ ଧୂଆଁ ଯୋଗୁ ଅକ୍ସିଜେନ ସିଲିଣ୍ଡର୍ ସାହାଯ୍ୟରେ ନିଆଁ ଲିଭା ଯାଉଛି।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।