ମାଲକାନଗିରି ଜିଲ୍ଲାବାସୀଙ୍କ ଲାଗି ଖୁସି ଖବର, ପୁଣି ଥରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

Published By : Prameya-News7 Bureau | August 21, 2025 IST

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ଲାଗି ପୁଣି ଥରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । କଟକ SCB ମେଡିକାଲ କଲେଜର ବିଭିନ୍ନ ବିଭାଗର ସୁପର ଷ୍ପେଶାଲିଷ୍ଟ ଡାକ୍ତର ମାନେ ଏକ ସ୍ବତନ୍ତ୍ର ବିମାନରେ ମାଲକାନଗିରି ପହଞ୍ଚି ରୋଗୀ ସେବା ଆରମ୍ଭ କରିଛନ୍ତି । ୧୮ ତାରିଖ ଦିନ ଟାର୍ଗେଟ ଏୟାର ଲାଇନ୍ସର ଏହି ସ୍ବତନ୍ତ୍ର ବିମାନ ୬ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମାଲକାନଗିରି ଆସିଥିବା ବେଳେ ଆଜି ପୁଣି ଆଉ ୬ ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନେଇ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଡାକ୍ତରମାନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । କାରଣ ଦିର୍ଘ ଦିନ ପରେ ପୁଣି ଥରେ ମାଲକାନଗିରି ଜିଲ୍ଲା ବାସିଙ୍କ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ନଥିବା କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଲୋଜି, ଏଣ୍ଡ୍ରୋକ୍ରାଇନୋଲୋଜି ଠାରୁ ଆରମ୍ଭ କରି ଲାପ୍ରୋଷ୍କୋପି ମାଧ୍ୟମରେ ଅନେକ ବଡ ବଡ ରୋଗର ଅପରେସନ ମଧ୍ୟ ଏଠାରେ କରାଯାଉଛି । ଚାରି ଦିନ ଧରି ଚାଲିବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିରରେ ଗତ ଦୁଇ ଦିନ ମଧ୍ୟରେ ୪୦୦ ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ପ୍ରାୟ ୫୦ ଜଣଙ୍କୁ ଅସ୍ତ୍ର ପ୍ରଚାର କରାଯାଇଛି । ଆଗକୁ ଆହୁରି ଦୁଇ ଦିନ ରହିଥିବା ବେଳେ ଅନେକ ଗରିବ ଆଦିବାସି ଲୋକେ ଏହି ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

 ପୁର୍ବରୁ ବିଜେଡି ସରକାର ଥିବା ସମୟରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଗମ ଅଞ୍ଚଳର ଗରିବ ଆଦିବାସି ଲୋକଙ୍କ ଲାଗି ଏହି ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ କରିଥିଲେ । ରାଜ୍ୟରେ ନୁଆ ବିଜେପି ସରକାର ଆସିବା ପରେ ଏହି ବାୟୁ ସ୍ବାସ୍ଥ୍ୟ ସେବା ବନ୍ଦ ରହିଥିଲା  ହେଲେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ମାଲକାନଗିରି ଜିଲ୍ଲା ଗ୍ରସ୍ତ କରିଥିବା ବେଳେ ଲୋକେ ପୁଣି ଥରେ ଏହି ସେବା ଆରମ୍ଭ କରିବା ଲାଗି ଦାବି କରିଥିଲେ । ଆଉ ସାଧାରଣ ଲୋକଙ୍କ କଥା ରଖି ମୋହନ ସରକାର ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । 


କଟକ ବଡ ମେଡିକାଲର ୧୨ ଜଣ ସୁପର ଷ୍ପେଶାଲିଷ୍ଟ ଡାକ୍ତର ଏକ ସ୍ବତନ୍ତ୍ର ବିମାନରେ ମାଲକାନଗିରି ପହଞ୍ଚି ଜିଲ୍ଲା ସଦର ଚିକିତ୍ସାଳୟର ଦ୍ବିତିୟ ମହଲାରେ ରୋଗି ସେବା ଆରମ୍ଭ କରିଛନ୍ତି । ଗରିବ ଆଦିବାସି ଲୋକେ ପୁର୍ବରୁ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଇ ଅଧିକ ଟଙ୍କା ଖର୍ଚ୍ଚ କରି ବଡ ବଡ ରୋଗର ଚିକିତ୍ସା ହୋଇ ପାରୁନଥିବା ବେଳେ ଏବେ ଏଠାରେ ହାର୍ଟ, କିଡିନି ଓ ମସ୍ତିଷ୍କ ରୋଗର ଉତ୍ତମ ଚିକିତ୍ସା ପାଇପାରିଥିବା ବେଳେ ଲାପ୍ରୋଷ୍କୋପି ମାଧ୍ୟମରେ ଗଲ ବ୍ଲାଡର, ଆପେଣ୍ଡିସ ଅପରେସନ ମଧ୍ୟ କରାଯାଉଛି । ଘର ପାଖରେ ଏହି ସୁବିଧା ପାଇ ଲୋକେ ବେଶ ଖୁସି ହୋଇଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.