'ବିରାଟ ବହୁତ ଖାସ, ସେ ଥିଲେ ବ୍ୟାଟିଂ ସହଜ ଲାଗେ...'ପ୍ରଶଂସା କଲେ ଗିଲ୍

NEWS7
odisha-will-be-a-big-beneficiary-from-the-central-budget-dharmendra-pradhan

ବଦୋଦରା, ୧୨/୦୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । କିଓ୍ୱି ଟିମ୍ ଦେଇଥିବା ୩୦୧ ରନର ବିଜୟ ଲକ୍ଷ୍ୟକୁ ଦଳ ୪ ଓ୍ୱିକେଟରେ ଜିତିନେଇଛି। ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ବ୍ୟାଟର୍ । ରୋହିତ ଶର୍ମା ଏବଂ ଶୁଭମନ ଗିଲ ଟିମକୁ ଭଲ ଷ୍ଟାର୍ଟ୍ ଦେଇଥିଲେ । ପରେ ବିରାଟ କୋହଲି, ଶ୍ରେୟର ଆୟରଙ୍କ ପାଳି ଦଳର ବିଜୟ ସହଜ କରିଦେଇଥିଲା ।

ମ୍ୟାଚରେ ବିରାଟ ଏବଂ ଗିଲଙ୍କ ବ୍ୟାଟରୁ ହାଫ୍ ସେଞ୍ଚୁରୀ ବାହାରିଥିଲା । ଗିଲ୍ ୭୧ ବଲରୁ ୫୬ ରନ୍ କରିଥିଲେ । ସେହିପରି ବିରାଟ ୯୩ ରନ୍ କରି ଆଉଟ୍ ହୋଇଥିଲେ । ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ତେବେ ମୁକାବିଲା ପରେ ଅଧିନାୟକ ଗିଲଙ୍କୁ ବିରାଟଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଦଳରେ ବିରାଟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ପ୍ରକାଶ କରିଛନ୍ତି ।

ଗିଲ୍ କହିଛନ୍ତି ଯେ, ସଦାବେଳେ ରନ୍ ଚେଜ୍ କରିବା ତାଙ୍କୁ ଭଲ ଲାଗେ । ଭବିଷ୍ୟତ କଥା ନଭାବି ବର୍ତ୍ତମାନ କିପରି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିହେବ ତାହା ଚିନ୍ତା କରିବା ଜରୁରୀ । ମୁକାବିଲାରେ ବ୍ୟାଟିଂ କରିବା ସହଜ ନଥିଲା । ହେଲେ ବିରାଟ ଏହାକୁ ସହଜ କରିଥିଲେ । ସେ ଭଲ ବ୍ୟାଟିଂ କରିଥିଲେ । ସେ ଆଗକୁ ମଧ୍ୟମ ଏପରି ରନ୍ ସଂଗ୍ରହ କରିବା ଜାରି ରଖିବେବୋଲି ଆଶା କରାଯାଉଛି

ବୋଲିଂକୁ ନେଇ ଅଧିନାୟକ କହିଛନ୍ତି ଯେ, ଦଳରେ ଭଲ କମ୍ବିନେସନ ଅଛି । ଶେଷ ସିରିଜରେ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ଜାଗାରେ ଅର୍ଶଦୀପ ସିଂ ଖେଳିଥିଲେ । ଏଥର ସିରାଜଙ୍କୁ ସୁଯୋଗ ମିଳିଛି । ଦଳ ରୋଟେସନ୍ ପଲିସିରେ ବିଶ୍ୱାସ କରେ ବୋଲି ଅଧିନାୟକ ଗିଲ୍ କହିଛନ୍ତି ।