ଅନୁଦାନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଭଦ୍ରକ ଶାଖା ପକ୍ଷରୁ ଧାରଣା

Published By : Prameya-News7 Bureau | June 23, 2025 IST

ଭଦ୍ରକ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଭଦ୍ରକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଦିଆଯାଇଛି। ୨୦୦୮ରୁ ୨୦୧୯ ମସିହା ମଧ୍ୟରେ ନିଯୁକ୍ତ ଅଧ୍ୟାପକ କର୍ମଚାରୀଙ୍କୁ ଅନୁଦାନ ଦେବା ଦାବିରେ ଏହି ଧାରଣା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ନୂତନ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପାଣିର ଗାର ପାଲଟିଛି। ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମଧ୍ୟ ପ୍ରତାରଣା ପାଲଟି ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ସଂଘ। ଯଥାଶୀଘ୍ର ଅଧ୍ୟାପକ କର୍ମଚାରୀଙ୍କ ଦାବୀ ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.