ଭୁବନେଶ୍ବର ୨।୭: ଉପକୂଳରେ ଅଧିକ ବର୍ଷା ହେବ । ପଶ୍ଚିମ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ହେବ । ଆସନ୍ତା ୬ ତାରିଖ ଯାଏଁ ଲାଗି ରହିବ ବର୍ଷା । ୭ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ କମିବ । ଅପରାହ୍ନରେ ଭୁବନେଶ୍ଵର ଓ କଟକ ଭିଜିବ ବୋଲି ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ସେ କହିଛନ୍ତି, ବୁଧବାର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ବର୍ତ୍ତମାନ ରାଜ୍ୟ ମଧ୍ୟକୁ ମୌସୁମୀ ବାୟୁ ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ବେଳେ ପାଗ କୋହଲା ସହ ଅପରାହ୍ନରେ ବର୍ଷା ହେବା ନେଇ ମଡେଲ କହୁଛି । ଏଭଳି ପାଗ ଆସନ୍ତା ୬ ତାରିଖ ଯାଏଁ ଲାଗି ରହିବ । ମଡେଲ ଅନୁସାରେ ଝାଡ଼ଖଣ୍ଡ ପାଖରେ ଏକ ଘୂର୍ଣ୍ଣିବଳୟ ରହୁଥିବା ବେଳେ ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ସ୍ଥିତି ଉପୁଜିଛି । ତେବେ ୭ତାରିଖରୁ ବର୍ଷାର ପରିମାଣ ସାମାନ୍ୟ କମିବ । ଅପରାହ୍ନରେ ଭୁବନେଶ୍ଵର ଓ କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
You Can Read:
ଭାଙ୍ଗିଲା ସାଳନ୍ଦୀ ନଦୀ ବନ୍ଧ, ଗାଁ ଭିତରେ ପଶିଲା ବନ୍ୟା ପାଣି