ଭୁବନେଶ୍ବର ୪।୫: ୟୁସୁଫ ପଠାନଙ୍କ ଚିଠିକୁ ନେଇ ଆରମ୍ଭ ହେଲା ରାଜନୀତି । ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶାକୁ ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ । ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଦେଇଛି ରୋଜଗାର ଦେଇଛି । କେବେ ଇତିହାସରେ ଓଡ଼ିଶା କାହା ପାଇଁ ଅସୁରକ୍ଷିତ ଅଭିଯୋଗ ଆସିନାହିଁ । ପ୍ରଥମ ଥର ଓଡ଼ିଶା ଉପରେ ସାମାନ୍ୟ ଜ୍ଞାନ ନଥିବା ଲୋକ ଏ ଅଭିଯୋଗ ଆଣିଛନ୍ତି ।
ୟୁସୁଫ ପଠାନ କ୍ରିକେଟରେ ମନ ଦେଇଥିଲେ ମଙ୍ଗଳ ହେଇଥାନ୍ତା । ଦେଶର ମଙ୍ଗଳ ହୁଅନ୍ତା । ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । କ୍ରିକେଟ୍ ଛାଡ଼ିଲେ ଅନ୍ୟ କୌଣସି ବିଷୟରେ ତାଙ୍କର ଜ୍ଞାନ ନାହିଁ । ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଭଲ ହୁଅନ୍ତା । ଯଦି ବାଂଲାଦେଶୀଙ୍କ କଥା କହୁଛନ୍ତି ସେମାନେ ଅନୁପ୍ରବେଶକାରୀ । ଆଇନ ଉଲଂଘନ କରି ଆସିଛନ୍ତି । ବିନା ଭିସାରେ ଆସିବା ଅପରାଧ । ଚିକିତ୍ସା ପାଇଁ ଟେମ୍ପରାରି ଭିସା ନେଇ ଆସିବ । ଆଇନ ଉଲଂଘନ କରି ଏମାନେ ବେଙ୍ଗଲକୁ ମଧ୍ୟ ଆସୁଛନ୍ତି ।
ମୁର୍ଶିଦାବାଦରେ ହୋଇଥିବା ହିଂସାକୁ ନେଇ ପଶ୍ଚିମବଙ୍ଗ ପୋଲିସ ପହଞ୍ଚିଲେ । ଅପରାଧରେ ସଂଶ୍ଳିଷ୍ଟ ବ୍ୟକ୍ତି ମୋ ନିର୍ବାଚନ ମଣ୍ଡଳୀରେ ଲୁଚିଥିବା ପ୍ରମାଣ ନେଇ ଆସିଥିଲେ । ଝାରସୁଗୁଡ଼ା ପୋଲିସ ସାହାଯ୍ୟରେ ମୋ ନିର୍ବାଚନ ମଣ୍ଡଳୀରୁ ୧୦ଜଣ ଅପରାଧୀ ଠାବ ହେଇଥିଲେ । ସେମାନେ ଏଠିକି ଲୁଚିବାକୁ ଆସିଥିଲେ । ଏଟା ଅପରାଧୀଙ୍କ ପାଇଁ ଆଶ୍ରୟସ୍ଥଳ ନୁହେଁ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ।
ବାହାର ଦେଶ ହେଉ କି ବାହାର ରାଜ୍ୟର ଲୋକଙ୍କୁ ଦେଶ ଓ ଆମ ରାଜ୍ୟ କୋଳାଇଛି । ଏଥିପାଇଁ ଅନେକ ମୂଲ୍ୟ ମଧ୍ୟ ବହୁତ ସମୟରେ ଦେଇଛୁ ।
You Can Read:
ମର୍ମନ୍ତୁଦ ଦୁର୍ଘଟଣା : ଟ୍ରାକ୍ଟର ଓଲଟି ଅଜା, ଆଈଙ୍କ ସହ ନାବାଳକ ନାତିଙ୍କ ମୃତ୍ୟୁ