ରାଜ୍ୟରେ ୩ ଦିନ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଲର୍ଟ କଲା ପାଣିପାଗ ବିଭାଗ

NEWS7
odisha-govt-increases-minimum-daily-wage-of-workers

ଭୁବନେଶ୍ବର ୧୩।୧: ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ ବୋଲି ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ ଓ ଝାରସୁଗୁଡା ଏହି ୨ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଝାରସୁଗୁଡା ୫ ଜିଲାକୁ ଓ୍ବାର୍ଣ୍ଣିଂ ରହିଥିବା ବେଳେ ୧୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଏହି ୫ ଜିଲ୍ଲାରୁ ଶୀତ ଲହରୀ ପାଇଁ ସତର୍କତା କରାଇଛି ବିଭାଗ ।

ସେପଟେ  ପୁଣି ରାଜ୍ୟରେ  ଘନ  କୁହୁଡିର  ସତର୍କତା ରହିଥିବା ବେଳେ  ଆସନ୍ତା  ୨୪ ଘଣ୍ଟାରେ କେନ୍ଦ୍ରାପଡା, ଜଗତସିଂପୁର ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ବୁଧବାର ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ସୁନ୍ଦରଗଡ ଓ କୋରାପୁଟ ଏହି ୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୪ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳକୁ  ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବେଳେ ରାଉରକେଲା ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୧ ଓ ପାହାଡିଆ ଅଞ୍ଚଳରେ ଜି.ଉଦୟଗିରିରେ ୪.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ​​​​​​​