ଭୁବନେଶ୍ୱର ୧୧/୦୭: କଂଗ୍ରେସ ଫୋକସରେ ଓଡ଼ିଶା । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧି । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧି ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ରଥଯାତ୍ରା ହେଉଛି କୋଟି କୋଟି ଲୋକ ଆସୁଛନ୍ତି, ରଥ ଟାଣୁଛନ୍ତି । ହେଲେ ଏକ ଡ୍ରାମା ହେଉଛି, ରଥକୁ କୋଟିପତିଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି ।
ଏଥିରୁ ଆପଣ ଓଡ଼ିଶା ସରକାର ବିଷୟରେ ଜାଣିପାରୁଥିବେ । ଏହା ଓଡ଼ିଶା ସରକାର ନୁହେଁ ଅରବପତିଙ୍କ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି?
ରାହୁଲ କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ । ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର ।
ଏଠାକାର ସରକାର ଆପଣଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛି । କ୍ଷତିପୂରଣ ନଦେଇ ଡରାନ୍ତି, ଧମକ ଦିଅନ୍ତି । ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ଅତ୍ୟାଚାର କରୁଛନ୍ତି ତାଙ୍କ ସହ କଂଗ୍ରେସ ଛିଡ଼ା ହେବ, ମୁଁ ଛିଡ଼ା ହେବି । ଆଉ ଆଦିବାସୀଙ୍କୁ ପଟ୍ଟା ଆପଣଙ୍କୁ କଂଗ୍ରେସ ହିଁ ଦେବ ବୋଲି ରାହୁଲ କହିଛନ୍ତି ।