ପହଲଗାମ ଆକ୍ରମଣ ପରେ ଓଡ଼ିଶା ସରକାର ବି ସଜାଗ, କଟିବ ବିଦେଶୀଙ୍କ ରାସନ କାର୍ଡ

Published By : Prameya-News7 Bureau | April 28, 2025 IST

ଭୁବନେଶ୍ଵର: ପହଲଗାମ ଆକ୍ରମଣ ପରେ ଓଡ଼ିଶା ସରକାର ବି ସଜାଗ। ଓଡ଼ିଶାରେ କଟିବ ବିଦେଶୀଙ୍କ ରାସନ କାର୍ଡ। ପାକିସ୍ତାନ, ବାଲାଂଦେଶ ଓ ମିଆଁମାରର ଅନେକ ବିଦେଶୀ ହାତେଇଛନ୍ତି ରାସନ କାର୍ଡ। ସେପଟେ ସାରା ଦେଶରେ ଜାରି ହୋଇଛି ହାଇଆଲର୍ଟ। ଭୁବନେଶ୍ଵର ରେଳ ଷ୍ଟେସନରେ RPF ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସଚେତନ କରିଛି। ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହଜନକ ଜିନିଷ ଦେଖିବା ମାତ୍ରେ GRP କିମ୍ବା RPFକୁ ସୂଚନା ଦେବାକୁ କୁହାଯାଉଛି। ସେହିପରି ଓଡ଼ିଶାରେ ଥିବା ୧୨ ପାକିସ୍ତାନୀଙ୍କୁ ମଧ୍ୟ ଭାରତ ଛାଡ଼ିବା ପାଇଁ ଡେଡ୍ଲାଇନ୍ ଦିଆଯାଇଛି।ଜଣେ ପାକ୍ ମହିଳା ନାଗରିକ ଓଡ଼ିଶା ଛାଡ଼ି ସାରିଥିବା କହିଛନ୍ତି ଡିଜିପି।

ପାକିସ୍ତାନ, ବାଂଲାଦେଶ ଓ ମିଆଁମାରର ଅନେକ ବିଦେଶୀ ହାତେଇଛନ୍ତି ରାସନ କାର୍ଡ। ଓଡ଼ିଶାରେ ଅନୁପ୍ରବେଶକାରୀ ହାତେଇଛନ୍ତି କାର୍ଡ। ତେବେ ଏମାନଙ୍କ ସଂଖ୍ୟା କେତେ, ସର୍ଭେ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ। ଏମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ରଦ୍ଦ କରିବାକୁ ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ଜଗତସିଂହପୁରରେ ଅଧିକ ବିଦେଶୀ ରାସନ କାର୍ଡ ହାତେଇଥିବା ସୂଚନା ମିଳୁଛି। ଯେଉଁ ବିଦେଶୀ ରାଜନୈତିକ ବ୍ୟକ୍ତିଙ୍କ ଜରିଆରେ   ହାତେଇଛନ୍ତି ସେମାନଙ୍କ କାର୍ଡ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।


ପହଲଗାମ ଘଟଣା ପରେ ସାରା ଦେଶରେ ହାଇଆଲର୍ଟ। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ ସହ ଲୋକଙ୍କୁ ସତର୍କ କରାଯାଉଛି। ଭୁବନେଶ୍ଵର ରେଳ ଷ୍ଟେସନରେ RPF ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସଚେତନ କରିଛି। ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହଜନକ ଜିନିଷ ଦେଖିବା ମାତ୍ରେ GRP କିମ୍ବା RPF କୁ ସୂଚନା ଦେବାକୁ କୁହାଯାଉଛି। ଭୁବନେଶ୍ବର ଷ୍ଟେସନରେ ମେଟାଲ ଡିଟେକ୍ଟର ଧରି RPF ତନ୍ନ ତନ୍ନ ଯାଞ୍ଚ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। 

ଓଡ଼ିଶାରେ ଥିବା ୧୨ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବା ପାଇଁ ଡେଡଲାଇନ ଦିଆଯାଇଛି।ଜଣେ ପାକ୍ ମହିଳା ନାଗରିକ ଓଡ଼ିଶା ଛାଡ଼ି ସାରିଛନ୍ତି ବୋଲି ଡିଜିପି କହିଛନ୍ତି।ଯେଉଁମାନେ ଦୀର୍ଘମିଆଦି ଭିସା ପାଇଛନ୍ତି ବା ଆବେଦନ ବିଚାରାଧୀନ ଅଛି’ ତା ଉପରେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।  ପହଲଗାମ ଆକ୍ରମଣ ପରେ ଓଡ଼ିଶାରେ ଥିବା ବିଦେଶୀ ଏବଂ ବିଶେଷ କରି ପାକିସ୍ତାନୀ ନାଗରିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.