ଭୁବନେଶ୍ୱର ୦୨।୦୬ : ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ । ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଖବର ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ତାରିଖ ରବିବାର ଶେଷ ହୋଇଥିଲା । ହେଲେ ଏବେ ପୁଣି ଥରେ ସରକାର ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍ ୪ ତାରିଖ ରାତି ୧୧. ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରବିବାର ସୁଦ୍ଧା ହୋଇଥିବା ଆବେଦନ ଅନୁସାରେ ଯୁକ୍ତ ୩ ନାମଲେଖା ଆବେଦନ କମିଛି। ଯୁକ୍ତ ୩ରେ ନାମଲେଖା ପାଇଁ ରାଜ୍ୟରେ ୨ଲକ୍ଷ ୭୬ହଜାର ୫୬୯ଟି ସିଟ୍ ଉପଲବ୍ଧ ରହିଛି । ମାତ୍ର ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଜୁନ୍ ୧ ରବିବାର ସୁଦ୍ଧା ମାତ୍ର ୨ଲକ୍ଷ ୫୬ହଜାର ୩୫୦ ଜଣ ଆବେଦନ କରିଛନ୍ତି। ତନ୍ମଧ୍ୟରୁ ୨ଲକ୍ଷ ୪୮ହଜାର ୫୨୮ ପିଲା ଆବଶ୍ୟକ ଫି’ ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। ସମୁଦାୟ ସିଟ୍ ତୁଳନାରେ ଆବେଦନ ସଂଖ୍ୟା ପ୍ରାୟ ୨୬ ହଜାର କମ ରହିଛି।