ଇରାନ ସଂକଟ, ୧୦ ଦିନରେ ଦ୍ୱିତୀୟବାର ଆଡଭାଇଜରୀ ଜାରି କଲେ MEA

NEWS7
odisha-forest-development-society-one-day-programme

ନୂଆଦିଲ୍ଲୀ ୧୪।୧: ଇରାନରେ ଜାରି ବିରୋଧ ପ୍ରଦର୍ଶନ ମଧ୍ୟରେ ଭାରତ ସରକାର ନିଜ ନାଗରିକଙ୍କ ନିମନ୍ତେ ୧୪ ଜାନୁୟାରୀ ବୁଧବାର ଆଡଭାଇଜରୀ ଜାରି କରିଛନ୍ତି। ବିଦେଶମନ୍ତ୍ରାଳୟ କହିଛନ୍ତି ଯେ ଇରାନରେ ଥିବା ଭାରତୀୟ ଛାତ୍ର, ତୀର୍ଥ ଯାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକ ତୁରନ୍ତ ସେଠାରୁ ପ୍ରସ୍ଥାନ କରନ୍ତୁ ଓ ଆଗାମୀ ସୂଚନା ପର୍ଯ୍ୟନ୍ତ ତେହେରାନ ଯିବାରୁ ବର୍ତ୍ତନ୍ତୁ। ଭାରତୀୟ ବିଦେଶ ମନ୍ତ୍ରାଳୟ (ଏମଇଏ) ଗତ ୧୦ ଦିନରେ ଦ୍ୱିତୀୟ ଆଡଭାଇଜରୀ ଜାରିକରିଛନ୍ତି।

ବିଦେଶମନ୍ତ୍ରାଳୟ କହିଛନ୍ତି ଯେ ଇରାନରେ ଅବସ୍ଥାନ କରୁଥିବା ଭାରତୀୟ ସାବଧାନତା ଅବଲମ୍ବନ କରନ୍ତୁ ଓ ବିରୋଧ ପ୍ରଦର୍ଶନ ଏବଂ ରାଲି ହେଉଥିବା ଅଞ୍ଚଳରୁ ଦୂରେଇ ରହନ୍ତୁ। ସେହିପରି ଇରାନରେ ରହୁଥିବା ଭାରତୀୟଙ୍କୁ ଇରାନ ସ୍ଥିତ ଭାରତୀୟ ଦୂତାବାସଙ୍କ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି। ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ ଅଥବା ଯେ କୌଣସି ପରିବହନ ମାଧ୍ୟମରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି।

ଇରାନରେ ରହୁଥିବା ଲୋକଙ୍କୁ ଏମଇଏ ଅନୁରୋଧ କରିଛି ଯେ ସେମାନେ ନିଜନିଜ ଯାତ୍ରା ଓ ଇମିଗ୍ରେସନ ଡକ୍ୟୁମେଣ୍ଟ ଯେଉଁଥିରେ ପାସପୋର୍ଟ ଓ ଆଇଡି ଆଦି ଥିବା ଜରୁରି ନିଜ ପାଖରେ ପ୍ରସ୍ତୁତ ରଖନ୍ତୁ। ଇରାନସ୍ଥିତ ଭାରତୀୟ ଦୂତାବାସ ଜରୁରିକାଳୀନ ସମ୍ପର୍କ ହେଲପଲାଇନ ନମ୍ବର +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨ ଅଥବା +୯୮୯୯୩୨୧୭୯୩୫୯ ରେ ସମ୍ପର୍କ କରିବାକୁ କୁହାଯାଇଛି। ଏହାଛଡା ଦୂତାବାସଙ୍କୁ ତାଙ୍କ ଇ-ମେଲ ସିଓଏନଏସ ଡଟ୍ ତେହେରାନା ଏମଇଏ ଡଟ ଜିଓଭି ଡଟ ଇନ୍ ରେ ମଧ୍ୟ ସମ୍ପର୍କ କରାଯାଇ ପାରିବ।

ବିଦେଶମନ୍ତ୍ରାଳୟ କହିଛନ୍ତି ଯେ ସମସ୍ତ ଭାରତୀୟ ନାଗରିକ ଯେଉଁମାନେ ଇରାନରେ ରହୁଛନ୍ତି ଓ ଭାରତୀୟ ଦୂତାବାସରେ ରେଜିଷ୍ଟ୍ରେସନ କରାଇ ନାହାନ୍ତି ସେମାନେ https://www. Meaers.com/request/home ଲିଂକକୁ ଯାଇ ତୁରନ୍ତ ରେଜିଷ୍ଟ୍ରେସନ କରାନ୍ତୁ।