କଟକ ସହରରୁ ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଅଭିଯୁକ୍ତ ଗିରଫ

NEWS7
odisha-effects-major-reshuffle-in-ips-cadre

କଟକ ୧୭।୧୨:କଟକ ସହରରୁ ଆଜି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍ ଓ ଅବକାରୀ ଗୁଇନ୍ଦା ବିଭାଗ । ପୁଣି କଟକ ସହରରୁ ଜବତ ହେଲା ବ୍ରାଉନ ସୁଗାର । କଟକ ସହରର ଲାଲବାଗ ଥାନା ଅଞ୍ଚଳ ଚାନ୍ଦିନୀଚୌକ ଏବଂ ବକ୍ସିବଜାର ଅଞ୍ଚଳରୁ ୨୩ ଲକ୍ଷ ଟଙ୍କାର ଧଳା ଜହର ଜବତ କଲା ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଚାନ୍ଦିନୀଚୌକ ଅଞ୍ଚଳର ପ୍ରକାଶ ବାରିକ ଓ ବକ୍ସିବଜାର ଅଞ୍ଚଳର କରନ ରାଜ ।

ତେବେ ପୂର୍ବରୁ ପ୍ରକାଶ ନାମରେ ବ୍ରାଉନ ସୂଗର ବିକ୍ରି ନେଇ ଅଭିଯୋଗ ଥିବା କହିଛି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍ । ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସେହିଭଳି ଅବକାରୀ ଗୁଇନ୍ଦା ବି ପୁଣି କଟକ ଯୋବ୍ରା ନଦୀ କୂଳସାହିରୁ ୧୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ହେଲେ କାହ୍ନୁ ଘଡ଼େଇ । ଗିରଫ ଅଭିଯୁକ୍ତ ଠାରୁ ଧଳା ଜହର ଜବତ ସହ ଏକ ବାଇକ୍କୁ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ ।