ମୋଦୀ ପୁଣି ନମ୍ବର 1 : ଆଜି ଭୋଟ୍ ହେଲେ NDA ଗଢିବ ସରକାର, କଂଗ୍ରେସ ପାଇବ ଏତିକି ସିଟ୍ ...

NEWS7
odisha-cm-mohan-majhi-delhi-visit-for-three-days

ନୂଆଦିଲ୍ଲୀ,୩୦|୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 3.ସରକାରକୁ ଦେଢ ବର୍ଷ ପୂରିଲାଣି । ଅନେକ ପ୍ରସଙ୍ଗରେ ସରକାର ବ୍ୟାକଫୁଟରେ ରହିଛନ୍ତି । ବିରୋଧୀଙ୍କ ଘନଘନ ଆକ୍ରମଣ ଏନଡିଏକୁ ଅଡୁଆରେ ପକାଇଛି । ହେଲେ ଏବେବି ମୋଦୀ ଅପ୍ରତିଦ୍ୱନ୍ଦ୍ୱୀ ନେତା । ଅନେକ ପ୍ରସଙ୍ଗରେ ବିଜେପି ଫସିଥିଲେ ବି ଏନଡିଏ ଉପରେ ରହିଛି ସାଧାରଣ ଜନତାଙ୍କ ଭରସା । ଯାହା ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେରେ ଜଣାପଡିଛି । ଆଜି ନିର୍ବାଚନ ହେଲେ ବିଜେପି ବହୁମତରେ ସରକାର ଗଠନ କରିବ ବୋଲି ଜଣାପଡିଛି ।

ସର୍ଭେ ଅନୁସାରେ, ଆଜି ନିର୍ବାଚନ ହେଲେ ଏନଡିଏ ୩୫୨ଟି ଆସନରେ ବିଜୟୀ ହେବ । ସେହିପରି ବିଜେପି ଏକାକି ୨୮୭ ଆସନ ହାତେଇବ । ଅର୍ଥାତ ଦଳ ନିଜ ଦମରେ ସରକାର ଗଠନ କରିପାରିବ । ସେହିପରି ଏନଡିଏ ମୋଟ୍ ୪୭ପ୍ରତିଶତ ଭୋଟ୍ ପାଇବ । ଅନ୍ୟ ଦିଗରେ ଇଣ୍ଡି ଗଠବନ୍ଧନ ୩୯ ପ୍ରତିଶତ ଏବଂ ଅନ୍ୟମାନେ ୧୯ ପ୍ରତିଶତ ଭୋଟ୍ ପାଇବେ ।

ସେହିପରି ଇଣ୍ଡି ମେଣ୍ଟକୁ ୧୮୨ଟି ଆସନ ମିଳିପାରେ । ଅନ୍ୟମାନଙ୍କ ଖାତାକୁ ଟି ଆସନ ଯାଇପାରେ । ତେବେ ୨୦୨୪ରେ ହୋଇଥିବା ଲୋକସଭା ନିର୍ବାଚନରେ ଏନଡିଏ ୨୯୩ଟି ଆସନରେ ବିଜୟୀ ହୋଇଥିଲା । ଇଣ୍ଡି ଖାତାକୁ ୨୩୪ଟି ଆସନ ଯାଇଥିଲା । ଅଗଷ୍ଟ ୨୦୨୫ରେ ଇଣ୍ଡିଆ ଟୁଡେ ସି ଭୋଟର୍ ଅନ୍ୟ ଏକ ସର୍ଭେ କରିଥିଲା । ଯେଉଁଥିରେ ଏନଡିଏକୁ ୩୨୪ଏବଂ ଇଣ୍ଡି ମେଣ୍ଟକୁ ୨୩୪ ଆସନ ମିଳୁଥିବା ନଜର ଆସିଥିଲା ।

ସର୍ଭେରେ ଜନତାଙ୍କୁ କେଉଁ ପାର୍ଟି କେତେ ସିଟ୍ ପାଇବା ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଜଣାପଡିଛି ଯେ ବିଜେପିକୁ ୨୮୭ସିଟ୍ ମିଳିପାରେ । କଂଗ୍ରେସକୁ ୮୦ଟି ଏବଂ ଅନ୍ୟମାନେ ୧୭ସିଟ୍ ହାତେଇପାରନ୍ତି । ଯାହା ୨୦୨୪ଲୋକସଭା ନିର୍ବାଚନରେ ବିଜେପି ପାଇଥିବା ସିଟରୁ ଅଧିକ । ବିଜେପି ୨୪୦ସିଟ୍ ପାଇଥିଲା । କିନ୍ତୁ କଂଗ୍ରେସ ୯୯ଟି ସିଟ୍ ହାସଲ କରିଥିଲା । ହେଲେ ଏବେକାର ସର୍ଭେରେ ଦଳର ସିଟ୍ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି ।

ପିଏମ୍ ପଦ ପାଇଁ କିଏ ଫେଭରେଟ୍ ?

ଭୋଟରଙ୍କୁ ଆଗାମୀ ନିର୍ବାଚନରେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁଚାହୁଁଥିବାପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନରେ ୫୫ପ୍ରତିଶତ ଜନତା ନରେନ୍ଦ୍ର ମୋଦୀଙ୍କ ନାଁ ନେଇଥିଲେ । ୨୭ ପ୍ରତିଶତ ରାହୁଲଙ୍କ ନାଁ ନେଇଥିଲେ ।

ଏହି ସର୍ଭେ ଡିସେମ୍ବର ରୁ ଜାନୁଆରୀ ୨୧ଯାଏଁ ହୋଇଥିଲା । ସବୁ ଧର୍ମ, ବୟସ, ଲିଙ୍ଗ ଏବଂ ଜାତିର ଭୋଟରଙ୍କୁ ଏଥିରେ ସାମିଲ କରାଯାଇଥିଲା । ପ୍ରାୟ ୩୬ ହଜାର ୨୬୫ ମତଦାତା ସର୍ଭେରେ ଭାଗ ନେଇଥିଲେ ।