ଭୁବନେଶ୍ବର ୬/୦୩: ଏବେ ଆଉ ଗାନ୍ଧି ମାର୍ଗ ସ୍ଥିତ କ୍ବାର୍ଟରରେ ରହିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ଙ୍କ ନୂଆ ଠିକଣା ରାଜଭବନ ରାସ୍ତାରେ ଥିବା ନୂଆ ବାସଭବନ । ନୂଆ ସରକାରୀ ବାସଭବନରେ ଏଣ୍ଟ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂଜାର୍ଚ୍ଚନା ପରେ ଗୃହପ୍ରବେଶ ହୋଇଛି ।
ପ୍ରଥମେ ଗୋମାତାଙ୍କ ପୂଜାର୍ଚ୍ଚନା ପରେ ସପରିବାର ଗୃହ ପ୍ରବେଶ କରିଥିଲେ ଶୁଭ ବେଳା ଅନୁସାରେ ପ୍ରଥମେ ନନ୍ଦା ଓ ନନ୍ଦିନୀ ୨ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଶୁଭ ମୁହୂର୍ତ୍ତ ୧୦ଟା ୪୭ ମିନିଟରେ ମୁଖ୍ୟମନ୍ତ୍ରୀ ଘର ଭିତରକୁ ପ୍ରବେଶ କରିଛନ୍ତି । ପୁରୀରୁ ଆସିଥିବା ୧୧ ଜଣ ପଣ୍ଡିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି । ଏହି ପୂଜାର୍ଚ୍ଚନା ଦିନସାରା ଚାଲିବ ।
ଏଜିରୁ ରାଜଭବନ ରାସ୍ତାରେ ଥିବା ଏହି ନୂଆ ବାସଭବନରେ ଏବେ ପରିବାର ସହ ରହିବେ ମୁଖ୍ୟମନ୍ତ୍ରୀ । ନନ୍ଦା ଓ ନନ୍ଦିନୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସବୁଦିନ ପାଇଁ ରହିବେ । ପୂର୍ବରୁ ଗାନ୍ଧି ମାର୍ଗ କ୍ବାର୍ଟରରେ ରହୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀର୍ଘ ୨୬ ବର୍ଷ ପରେ ସିଏମ୍ କ୍ବାର୍ଟରରେ ରହିବେ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ ।