ଭୁବନେଶ୍ବର: "ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY)"କୁ ଅନୁମୋଦନ ସହ ରାଜ୍ୟ କ୍ୟାବିନେଟ ଶୁକ୍ରବାର ୪ ପ୍ରସ୍ତାବ ଉପରେ ମୋହର ମାରିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି '' ବିକଶିତ ଓଡ଼ିଶା @୨୦୩୬ ଲକ୍ଷ୍ୟ " ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିଭିଭୂମିକୁ ସୁଦୃଢ଼ ଓ ରାଜସ୍ବ ଅଭିବୃଦ୍ଧି କରିବ।
ଏହି ଯୋଜନା ଅଧୀନରେ ସହରୀ ଭିଭିଭୂମିର ବିକାଶ କରାଯିବ।ଯେପରିକି ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି, କଲ୍ୟାଣ ମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ୍ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ରାସ୍ତା, ଡ୍ରେନ, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକ କମ୍ପ୍ଲେକ୍ସ, Vending Zone, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାଲିଂ ଷ୍ଟେସନ୍, ପାକିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବ।
ଆହୁରି ମଧ୍ୟ ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ। ନଦୀକୂଳ ଏବଂ ଜଳାଶୟ ଗୁଡ଼ିକର ନବୀକରଣ ଏବଂ ବିକାଶ। କାଞ୍ଜିଆ ହୁଦା/ ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ। ସହର ବିକାଶ ଯୋଜନା ପାଇଁ ୬ ହଜାର ୧୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି ସରକାର।
ସେହିଭଳି ଦ୍ବିତୀୟରେ ଜୈବ ପ୍ରଯୁକ୍ତି ବିଜ୍ଞାନ ଯୋଜନାକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ୧ ହଜାର ୧୧୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ତୃତୀୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ। ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ୍, ସିଙ୍ଗଲ ଓ୍ବେ ନିର୍ମାଣ ହେବ । ଖର୍ଚ୍ଚ ହେବ ୧୫୧କୋଟି ଟଙ୍କା। ଏହି ପ୍ରକଳ୍ପ ଦ୍ବାରା ୬ହଜାର ୨୬୦ ହେକ୍ଟର ଜଳସେଚନ ହେବ ।