ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନୂଆ ୱେବସାଇଟ୍ Odisha Legislative Assemblyର ଉଦ୍ଘାଟନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଓଡିଶା ସରକାର NICT ବିଭାଗ ଓ ଭାରତ ସରକାର NIC ର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ ପ୍ରସ୍ତୁତ ହୋଇଛି । ଅଧିକ ସ୍ୱଚ୍ଛ ଓ ଦକ୍ଷ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଛନ୍ତି ।
ସେ କହିଛନ୍ତି, ବିଧାନସଭାର କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଓ ସ୍ୱଚ୍ଛ କରିବାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ । ନାଗରିକମାନଙ୍କୁ ବିଧାନସଭା ବିଷୟରେ ସଠିକ ସୂଚନା ଦେବ । ୨୦୧୧ ପରଠାରୁ ଏହି ସାଇଟ୍ ଅପଡେଟ୍ ହୋଇନଥିଲା । ସୁଶାସନ ଓ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମାଣ । ଏଥିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିବ । ଓଡିଶା ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ପ୍ରତ୍ସାହିତ କରିବ । ଏହି ଉଦଘଟାନୀ ସମାରୋହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବିଧାନସଭା ସଚିବ ମଧ୍ୟ ଉପସ୍ଥିତ ଥିଲେ ।