ରାତିରେ ଖାଇ-ପିଇ ଶୋଇଲେ, ସକାଳୁ ମିଳିଲା ଉଭୟଙ୍କ ମୃତଦେହ

NEWS7
odisha-assembly-speaker-election-nomination-today

ସୋର ୧୫।୩: ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ମହାରୁଦ୍ରପୁର ଗ୍ରାମର ସ୍ବାମୀ ଓ ସ୍ତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ମୃତ ସ୍ଵାମୀ ପରେଶ ମାଝୀ ଏବଂ ସ୍ତ୍ରୀ ରଶ୍ମି ପରିଡା l ମୃତ ପରେଶ ମାଛ ଧରି ପରିବାର ପ୍ରତିପୋଷଣ କରେ l ଶନିବାର ରାତିରେ ସ୍ଵାମୀ-ସ୍ତ୍ରୀ ଖାଇ ପିଇ ଶୋଇଥିଲେ l ରବିବାର ସକାଳେ ଡ଼େରି ଯାଏଁ ଘର କବାଟ ନଖୋଲିବାରୁ ପଡ଼ିଶା ମାନେ କବାଟ ଭାଙ୍ଗିଲା ବେଳକୁ ସ୍ଵାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିଥିଲେ l ପ୍ରାଥମିକ ସୂଚନା ଅନୁସାରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ନେଇ ପଡ଼ୋଶୀ ମାନେ ଆଲୋଚନା କରୁଛନ୍ତି l