ବେଲଘର ହାତୀ ମୁତ୍ୟୁ ଘଟଣା : ୪ ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ଧନୁ ତୀର ଜବତ

NEWS7
odisha-assembly-adjourned-till-4-pm-amid-ruckus

ବାଲିଗୁଡ଼ା ୩।୨: ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ପୁଣି ଆଉ ୪ ଜଣକୁ ଗିରଫ କରିଛି ବନ ବିଭାଗ । ହାତୀ ମୃତ୍ୟୁ ପରେ ହାତୀର ମୃତଦେହକୁ ଲୁଚାଇବାକୁ ନିଲମ୍ବିତ ରେଞ୍ଜର ବିନୟ ବିଶି ହାତୀର ମୃତଦେହକୁ ଲୁଚାଇବାକୁ ବ୍ୟବହାର କରିଥିବା ଦୁଇଟି ମାକ୍ସ ପିକଅପ୍ ଗାଡ଼ିକୁ ମଧ୍ଯ ଜବତ କରିବାରେ ସଫଳ ହୋଇଛି । ହାତୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ଝିରିପାଣି ଗାଁର ଦୁଇ ଶିକାରୀ ଥବିର୍ ପାତ୍ର ଓ ସିକସନ୍ ପାତ୍ରଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ତିନୋଟି ଦେଶୀ ବନ୍ଧୁକ, ଶିକାର କାମରେ ବ୍ୟବହୃତ ତାର, ବିପୁଳ ପରିମାଣରେ ବନ୍ୟଜନ୍ତୁର ଶିଙ୍ଗ, ହାଡ଼, ଚମଡା ଦାନ୍ତକୁ ଜବତ କରିଛି ବନ ବିଭାଗ । ନିଲମ୍ୱିତ ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ସହିତ ହାତୀର ମୃତଦେହକୁ ଲୁଚାଇବାରେ ସହଯୋଗ କରିଥିବା କେସିଙ୍ଗାର ଦୁଇ ଡ୍ରାଇଭର ଅଲେଖ ହିଆଲ୍ ଏବଂ ଦୁଷ୍ମନ୍ତ ପୋଢ଼କୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୫ ତାରିଖ ଦିନ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାକୁ ଚପାଇବାକୁ ପ୍ରଥମେ କାଡାପାନା ନର୍ସରୀରେ ପୋତା ଯାଇଥିଲା ଓ ପରେ ହାତୀର ମୃତଦେହକୁ ୩୨ ଖଣ୍ଡା କରି କାଟି ପଡୋଶୀ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ତହସିର କେନାଲ ନିକଟରେ ପୋତା ଯାଇଥିଲା l ଏହି ଘଟଣାରେ ଡେପୁଟି ରେଞ୍ଜର ବିନୟ କୁମାର ବିଶି ନିଲମ୍ୱିତ ହୋଇଥିବା ବେଳେ ବିନୟଙ୍କ ଡ୍ରାଇଭର ହୃଷୀକେଶ ପଣ୍ଡା ଗିରଫ ହୋଇଥିଲେ । ହାତୀ ମୃତ୍ୟୁ ଘଟଣାକୁ ଚପାଇବାକୁ ତଦନ୍ତକାରୀ ଅଫିସର ଏସିଏଫ୍ ଓ ବନ ବିଭାଗକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଆଉ ୪ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିଲମ୍ୱିତ ଡେପୁଟି ରେଞ୍ଜର ବିନୟ କୁମାର ବିଶି ଫେରାର ଥିବା ଜଣାପଡିଛି l