ଜିରୋ ନାଇଟ୍‌ ସିଲେବ୍ରେସନ ସାରି ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ଜୀବନ

NEWS7
odia-labour-died-in-tamilnadu

ଆସିକା ୦୧।୧୨ : ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍ । ଯେଉଁଥିରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ମୃତ ବାଇକ ଆରୋହୀ ଜଣଙ୍କ ହେଲେ ମୁକୁନ୍ଦପୁର ଗାଁରେ ୨୫ ବର୍ଷୀୟ ଚନ୍ଦ୍ର ଶେଖର ପାତ୍ର ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ ସାରି ଘରକୁ ଫେରୁଥିଲେ ୨୫ ବର୍ଷୀୟ ଚନ୍ଦ୍ରଶେଖର । ଏହି ସମୟରେ ଗଞ୍ଜାମ ଜିଲ୍ଲା ଆସିକା କର୍ପୁର ନୂଆଗାଁ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ବାଇକ୍ । ଯାହାଫଳରେ ବାଇକରେ ଥିବା ଚନ୍ଦ୍ରଶେଖର ପାତ୍ର ଛିଟ୍କି ପଡିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।