ଚଣ୍ଡିଖୋଲ ୨୭।୫: ପୁଣି ଯାତ୍ରା କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ । ଯାତ୍ରା ମାଲିକଙ୍କ ନାମରେ ଅଭିଯୋଗ ଆଣିଲେ ଯାତ୍ରା କଳାକାର । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାମରେ ଅଭିଯୋଗ ଆଣିଛନ୍ତି ତାଙ୍କ ପରିଚାଳିତ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ କଳାକାର ବାପି କୁମାର । ବକେୟା ଟଙ୍କା ମାଲିକ ଦେଇନଥିବା ଅଭିଯୋଗ କରିବା ସହ ବାଲିଆପାଳରେ ଯାତ୍ରାପାର୍ଟି ପଡ଼ିଥିବା ବେଳେ ଯାତ୍ରା କମିଟି ପକ୍ଷରୁ ତାଙ୍କୁ ଆଶାଳୀନ ଗାଳି ଗୁଲଜ କରିବା ସହ ମାଡ ମରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା ସୂଚନା ରହିଛି ।
ଯାତ୍ରା କଳାକାରଙ୍କ ଅଭିଯୋଗ ଅନୁଯାୟୀ, ତିନି ମାସର ବକେୟା ୭ ଲକ୍ଷ ଟଙ୍କା ମାଗିବାରୁ ମାଲିକ ଆଜି କାଲି କହି ଦିନ ଗଡ଼େଇ ଥିଲେ । ପରେ ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ସ୍ଥାନୀୟ କମିଟି ଓ ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ତଥା କଳାକାର ବାପିଙ୍କର ଝଗଡ଼ା ହୋଇଥିଲା । ଯାହାକୁ ନେଇ କମିଟି ପକ୍ଷରୁ ମାଡ ମରା ଯାଇଥିବା ଅଭିଯୋଗ କରିଛନ୍ତି ମାମୁନି ଓ ତାଙ୍କ ସ୍ଵାମୀ । ଏହି ମାଡ଼ ମାରିବା ପଛରେ ରହିଛି ମାଲିକଙ୍କ ହାତ ।
ଅନ୍ୟପଟେ ଏହି କଥାକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ସେ କହିଛନ୍ତି କୌଣସି ବକେୟ ଟଙ୍କା ନାହିଁ । ସେ ଆଗାମୀ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ସେ ଯେଉଁଠିକି ଯାଆନ୍ତି କମିଟି ସହ ଝଗଡ଼ା କରନ୍ତି । ଏକଥା ସମ୍ପୂର୍ଣ୍ଣ ଭିତ୍ତିହୀନ । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।
You Can Read:
ପଢ଼ିଛନ୍ତି ଦଶମ, ପାଖରେ ନାହିଁ ଡାକ୍ତରୀ ପ୍ରମାଣପତ୍ର ; କିନ୍ତୁ କରୁଛନ୍ତି ରୋଗୀସେବା