ଓଡ଼ିଆ ଅଭିନେତା ପାର୍ଥ ସାରଥୀ ଗିରଫ, ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶ ପରେ ବାନ୍ଧିଲା ପୋଲିସ

Published By : Prameya-News7 Bureau | July 10, 2025 IST

ଭୁବନେଶ୍ୱର ୧୦/୦୭: ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ । ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା, ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । 

ପୂର୍ବରୁ ପାର୍ଥଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ JMFC ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ । ପାର୍ଥ ସାରଥୀଙ୍କ ବିରୁଦ୍ଧରେ BNSର ଧାରା ୩୫୪, ୩୦୭, ୩୬୭, ୫୦୬ ଏବଂ ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫା ଲାଗିଛି ।

ସୂଚନା ଥାଉକି, ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ  କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ଆଉ ତାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ପରେ ବଡ଼ଗଡ଼ ଥାନା ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । 

ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଓ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କ ଅଭିନୟକୁ ଦର୍ଶକେ ଭହୁତ ପସନ୍ଦ କରିଥିଲେ । ଏହାଛଡା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.