ଭୁବନେଶ୍ୱର ୦୩/୦୨: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍ । ଏନେଇ ବିଏମ୍ସି କମିଶନର ଦେଇଛନ୍ତି ନିର୍ଦ୍ଦେଶ । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି ।
ଗତ କିଛିଦିନ ତଳେ କୁହାଯାଇଥିଲା କି, ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ । ବାହାର ଆଇଟମ ଡ୍ୟାନସରଙ୍କୁ ଖଣ୍ଡଗିରି ମନା । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଆଣିବାକୁ ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧା ମନା କରାଯାଇଛି । ଫେବୃଆରୀ ୦୬ ତାରିଖରୁ ୧୭ ତାରିଖ ଯାଏଁ ଯାଏଁ ଖଣ୍ଡଗିରିରେ ଚାଲିବ ଯାତ୍ରା ମହାସମର ।
ସୂଚନା ଥାଉକି ମଙ୍ଗଳବାରଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏହି ଅବସରରେ ସକାଳୁ ଖଣ୍ଡଗିରି ଉଦୟଗିରି ମେଳା ପ୍ରସ୍ତୁତି ବୁଲି ଦେଖିଛନ୍ତି ବିଏମସି କମିଶନର । ସେ କହିଛନ୍ତି ଖଣ୍ଡଗିରିରେ ବଳବତ୍ତର ରହିବ ପରିମଳ ବ୍ୟବସ୍ଥା । ସ୍ଥାୟୀ ଆଲୋକିକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର ।
୧୦୦ମିଟର ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱାସ୍ଥ କର୍ମୀ । ଜନସାଧାରଙ୍କୁ ଅନୁରୋଧ କଲେ କିପରି ପରିବେଷ ସଫା ସୁତରା ରହିବ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ । ସାଧୁ ସନ୍ଥଙ୍କ ପାଇଁ ବାଓ ଟଏଲେଟ୍ ବ୍ୟବସ୍ଥା କରାଯାଇଛି।
also read...
ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ; ୨୫ କିଲୋ ଓଜନର ଆଇଇଡି ଠାବ