ଭୁବନେଶ୍ବର ୩।୭: ବନ୍ୟା ଅଞ୍ଚଳରେ କାମ କରିବେ ଓଏଏସ୍ ଅଧିକାରୀ । ବୈଠକ ପରେ ସଙ୍ଘ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରାରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ ମଧ୍ୟ କରିବେ ବୋଲି ସଙ୍ଘ କହିଛି ।
ସଙ୍ଘ ସଭାପତି କହିଛନ୍ତି, ଆମର ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ଅଛି । ସେ ନିଶ୍ଚିତ ଆକ୍ସନ ନେବେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ ସେ ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କୁ ଗିରଫ କରାଇଛନ୍ତି । କିନ୍ତୁ ଆମେ ଦାବି କରୁଛୁ, ଯିଏ ଏହି ଘଟଣା ପଛରେ ରହିଛି ତା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ । ସରକାରଙ୍କ ନିଷ୍ପତ୍ତିକୁ ଆମେ ଅପେକ୍ଷା କରିଛୁ । କିନ୍ତୁ ବର୍ତ୍ତମାନ ଆମ ଆନ୍ଦୋଳନ ଜାରି ରହିବ । ମାସ ମାସ ଧରି ତଦନ୍ତ ଚାଲିଲେ ହେବନାହିଁ ତିନି ଦିନ ଭିତରେ ତଦନ୍ତ ସରିବା ଦରକାର । ସରକାର ଆକ୍ସନ ନେବା ଦରକାର ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।
You Can Read:
ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା : ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ