'ଓଡ଼ିଶା ବଜେଟ୍ ୨୦୨୬-୨୭' କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ

NEWS7
oarfish-found-in-mexico-related-with-earthquake-tsunami-warning

ଭୁବନେଶ୍ବର ୨୦।୨: ଓଡ଼ିଶା ବଜେଟ୍ ଆଗତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ । ‘ଏକ୍ସ’ରେ ଲେଖିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ । ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଥିବା 'ଓଡ଼ିଶା ବଜେଟ୍ ୨୦୨୬-୨୭' କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ ।

ଏ ଖବର ବି ପଢ଼ନ୍ତୁ:- କାମଚଳା କୁଳପତିରେ ଚାଲିଛି ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ

ଆମର ଲକ୍ଷ୍ୟ ସ୍ପଷ୍ଟ - ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା । ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି 'ଅନ୍ତ୍ୟୋଦୟ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବଜେଟ୍ ସଂକଳ୍ପବଦ୍ଧ । ଆସନ୍ତୁ, ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା ।