ବିନା କାଜଗପତ୍ରରେ ଚାଲିଥିଲା ନର୍ସିଂ ହୋମ୍, ସିଲ୍ କଲା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | August 09, 2025 IST

ଦିଗପହଣ୍ଡି ୦୯।୦୮ : ବିନା କାଗଜପତ୍ରରେ ଚାଲିଥିଲା ନର୍ସିଂ ହୋମ୍‌ । ଆକ୍ସନ ନେଲା ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଥିବା ଘରୋଇ ସାହାରା ନାମକ ଏକ ନର୍ସିଂ ହୋମ୍‌କୁ ସିଲ୍‌ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । 

ଖବର ଅନୁଯାୟୀ, ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଏକ ଘରୋଇ ନର୍ସିଂ ହୋମ୍‌ ବେଆଇନ୍‌ ଭାବେ ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ ଆକ୍ସନକୁ ଆସିଥିଲା ଜିଲ୍ଲା ପ୍ରଶାସନ । ସାନଖେମୁଣ୍ଡି ତହସିଲ ରାମଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଡ୍ରଗ୍ସ ଇନ୍‌ସପେକ୍ଟର ଓ ଦିଗପହଣ୍ଡି ପୋଲିସ ଉକ୍ତ ନର୍ସିଂ ହୋମରେ ପହଞ୍ଚି ତଦନ୍ତ କରିବା ସହ ସିଲ୍‌ କରିଥିଲେ । ଏହାସହ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ । ତେବେ ବିନା କାଗଜପତ୍ରରେ କିଭଳି ଏତେ ଦିନ ହେଲା ନର୍ସିଂ ହୋମ୍‌ ଚାଲିଥିଲା । ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.