ନୂଆଦିଲ୍ଲୀ : ଏହି ସମୟରେ ପଶ୍ଚିମୀ ୟୁପିରେ ଡ୍ରୋନର ଭୟ ବ୍ୟାପି ଯାଇଛି। ଲୋକେ ଭୟରେ ରହୁଛନ୍ତି। ଏହି ସ୍ଥିତିରେ ପଶ୍ଚିମ ୟୁପିର କିଛି ଜିଲ୍ଲାରେ ଡ୍ରୋନ୍ ଉଡ଼ାଣରେ ସଂପୂର୍ଣ୍ଣ ରୋକ୍ ଲାଗିଛି। ବର୍ତ୍ତମାନ ଡ୍ରୋନ୍କୁ ନେଇ ଇଷ୍ଟର୍ଣ୍ଣ ୟୁପିର ଜଣେ ଡିଆଇଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଡିଆଇଜି ବସ୍ତି ସଂପୃକ୍ତ ଅଞ୍ଚଳରେ ତିନୋଟି ଜିଲ୍ଲା ବସ୍ତି , ସିଦ୍ଧାର୍ଥନଗର ଓ ସନ୍ତକବୀର ନଗରରେ ବିନା ଅନୁମତିରେ ଯଦି କୌଣସି ବି ବ୍ୟକ୍ତି ବା ସଂସ୍ଥା ଦ୍ୱାରା ଡ୍ରୋନ୍ ଉଡ଼ା ଯାଏ, ତ ଏହା ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଓ ରାଷ୍ଟ୍ରୀୟ ସୁରକ୍ଷା ଆଇନ (ଏନଏସଏ) ଅନୁସାରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଏହାସହ ହିଁ ଡ୍ରୋନ୍ ମଧ୍ୟ ଜବତ କରି ନିଆଯିବ।
ଡିଆଇଜି ସଞ୍ଜିବ୍ ତ୍ୟାଗୀ ଶୁକ୍ରବାର କହିଛନ୍ତି ଯେ, ଅଞ୍ଚଳର ତିନୋଟି ଜିଲ୍ଲା ବସ୍ତି, ସିଦ୍ଧାର୍ଥ ନଗର ତଥା ସନ୍ଥ କବୀର ନଗରର ପୁଲିସ ଅଧୀକ୍ଷକ, ଅତିରିକ୍ତ ପୁଲିସ ଅଧୀକ୍ଷକ , ପୁଲିସ ଉପାଧୀକ୍ଷକ ତଥା ଥାନା ପ୍ରଭାରୀ ଏବଂ ଆଉଟପୋଷ୍ଟ ପ୍ରଭାରୀଙ୍କୁ ନିର୍ଦ୍ଦେଶ ଦେଇ ତାଙ୍କୁ କୁହାଯାଇଛି ଯେ, ୟୁପି ଡ୍ରୋନ୍ ନିୟମାବଳୀ ଅନୁସାରେ ଯଦି ବିନା ରେଜିଷ୍ଟ୍ରେସନ ଓ ବିନା ଅନୁମତିରେ କେହି ବି ବ୍ୟକ୍ତି ବା ସଂସ୍ଥା ଦ୍ୱାରା ଡ୍ରୋନ୍ ଉଡ଼ା ଯାଏ ତ , ଏହାର ବିରୁଦ୍ଧରେ ଗୁଣ୍ଡା ଆକ୍ଟ ବା ଏନଏସଏ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଅ।
ସିଦ୍ଧାର୍ଥନଗର ଜିଲ୍ଲା ନେପାଳକୁ ଲାଗି ରହିଛି। ସୀମାବର୍ତ୍ତୀ ସବୁ ଗାଁର ନାଗରିକଙ୍କୁ ଏହା ଜଣାଇ ଦିଆଯିବ ଯେ, ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଡ୍ରୋନ୍ ଉଡ଼ା ଯାଏ ତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଲ୍ ପଠାଯିବ। ସେ କହିଛନ୍ତି ଯେ, ଯଦି କାହାର ଏଠାରେ କିଛି ଉତ୍ସବ ଅନୁଷ୍ଠିତ ହୁଏ ତ , ସେ ଡ୍ରୋନ୍ ଉଡାଣ ପାଇଁ ଥାନାରେ ସୂଚନା ଦେବାକୁ ହେବ। ଥାନା ସ୍ତରରେ ଡ୍ରୋନ୍ ରେଜିଷ୍ଟର ତିଆରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ରେଜିଷ୍ଟରରେ ଡ୍ରୋନର ମାଲିକଙ୍କ ପୂରା ଠିକଣା ତାଙ୍କର ସଂପୂର୍ଣ୍ଣ ପରିଚୟର ବିବରଣୀ ଦାଖଲ କରାଯିବ।