ନୂଆଦିଲ୍ଲୀ ୮।୫: ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଗୁଳିକାଣ୍ଡ ପରେ ଭାରତ-ପାକିସ୍ତାନ ଉତ୍ତେଜନା ବଢିବଢି ଚାଲିଛି। ପହଲଗାମ କାଣ୍ଡର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିଦେଇଛି। ଏହାର ଜବାବ ଦେବା ପାଇଁ ପାକିସ୍ତାନ ବୁଧବାର ରାତିରେ ଭାରତ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତେବେ ଏୟାରଡିଫେନ୍ସ ସିଷ୍ଟମ ୧୫ଟି ସ୍ଥାନରେ ପାକିସ୍ତାନର କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରିଥିଲା। ଏହାର ଜବାବରେ ଭାରତ ଗୁରୁବାର ଚିନାବ ନଦୀରେ ପାଣି ଛାଡି ଦେଇଛି। ଫଳରେ ପାକିସ୍ତାନ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆସିଯାଇଛି। ଏହାକୁ ନେଇ ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସୁଛି।
#WATCH | Jammu and Kashmir: Two gates at the Baglihar Hydroelectric Power Project Dam built on the Chenab River in Ramban have been opened.
— ANI (@ANI) May 8, 2025
(Latest visuals from the spot; shot at 3 pm today) pic.twitter.com/g6oYhT1BHb
ପହଲଗାମ ଆତଙ୍କୀ କାଣ୍ଡ ପରେ ପାକିସ୍ତାନ ସହିତ ଭାରତ ସିନ୍ଧୁ ଜଳସନ୍ଧି ନିଲମ୍ବନ କରିଦେଇଛି। ଏହି ନିଷ୍ପତ୍ତି ଅନୁସାରେ ଭାରତ ସିନ୍ଧୁ ନଦୀର ଜଳ ଅଟକାଇ ଦେଇଛି। ଏବେ ଜମ୍ମୁ-କାଶ୍ମୀର ରାମବନରେ ଚିନାବ ନଦୀ ଉପରେ ନିର୍ମିତ ବଗଲିହାର ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟର ଫାଟକ ଖୋଲିଦେଇଛି। ଫଳରେ ନଦୀରୁ ଉଦବୃତ୍ତ ଜଳ ଏବେ ନିଷ୍କାସିତ ହେଉଥିବା ବେଳେ ତଳମୁଣ୍ଡରେ ବନ୍ୟା ଆସିଯାଇଛି। ଏହା ସହିତ ରେଇସୀରେ ଥିବା ସଲାଲ ଡ୍ୟାମରୁ ମଧ୍ୟ ପାଣି ଛାଡି ଦିଆଯାଇଛି।
#WATCH | Jammu and Kashmir: Latest visuals from Reasi's Salal Dam built on Chenab River; 3 gates of the dam are seen open.
— ANI (@ANI) May 8, 2025
(Visuals shot at 4:45 pm today) pic.twitter.com/kkZlJ7PynZ
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବୁଧବାର ଚିନାବ ନଦୀରେ ୨୮,୦୦୦ କ୍ୟୁସେକ୍ ପାଣି ଛାଡିଥିଲା। ଏଥିରେ ଗୁରୁବାର ଛଡା ଯାଇଥିବା ପାଣି ଯୋଗୁ ପାକିସ୍ତାନର ସିୟାଲକୋଟ, ଗୁଜରାଟ ଓ ହେଡକାଦିରାବାଦରେ ବନ୍ୟା ପରିସ୍ଥିତି ଉପୁଜିଛି। ଚିନାବ ନଦୀରେ ଅଚାନକ ଜଳସ୍ତର ବଢିବା ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଛି। ଚିନାବ ନଦୀର ଜଳ ପାକିସ୍ତାନର ଫୈସଲାବାଦ ଓ ହାଫିଜାବାଦ ଭଳି ବଡ଼ ସହରାଞ୍ଚଳର ୮୦ ପ୍ରତିଶତ ଲୋକଙ୍କ ପାଣି ଓ କୃଷି ଆବଶ୍ୟକତା ପୂରା କରୁଛି। ଏଥିରେ ପାଣି ବନ୍ଦ ହେବା ଯୋଗୁ ପାକିସ୍ତାନ ବୁନ୍ଦେ ବୁନ୍ଦେ ପାଣି ପାଇଁ ଛଟପଟ ହେଉଥିବା ବେଳେ ଖରିଫ ଧାନରୁଆ ମଧ୍ୟ ବାଧିତ ହୋଇଥିଲା। ଏବେ ଏଥିରେ ବନ୍ୟା ଆସିଯାଇଛି।