ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ, ବିଭିନ୍ନ ଥାନାରେ ରହିଛି ୭ ସଙ୍ଗୀନ ମାମଲା

Published By : Prameya-News7 Bureau | August 22, 2025 IST

ଆଠଗଡ଼ ୨୨।୮: ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ନାଁରେ ରହିଛି ୭ ସଙ୍ଗୀନ ମାମଲା । କଟକ ଜିଲ୍ଲାରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ବେଳେ ଗିରଫ କଲା ବଡମ୍ବା ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ କରୁଥିବା ବଡମ୍ବା ଥାନା ଅନ୍ତର୍ଗତ ସୁନପାଳର ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ । ଅପରାଧୀକୁ ଗିରଫ କରିଛି ବଡମ୍ବା ପୋଲିସ । ଏନେଇ ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଯୌତୁକ ନିର୍ଯାତନା, ଦୁଷ୍କର୍ମ ଭଳି ୭ ସଙ୍ଗୀନ ମାମଲା ରହିଛି । 

You Can Read:

ପ୍ରଥମରୁ ଯୁକ୍ତ ୨ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା, ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇବା ଯାଇପାରିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.