ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନେଇଛନ୍ତି ବଡ଼ ପଦକ୍ଷେପ। ଆତଙ୍କୀ ହମଲା ହୋଇଥିବା ପହଲଗାମରେ କରିଛନ୍ତି କ୍ୟାବିନେଟ୍ ବୈଠକ। କହି ରଖୁଛୁ କି, ଏଠାରେ ପହଲଗାମର ବୈସରନ ଭ୍ୟାଲିରେ ୨୨ ଅପ୍ରେଲରେ ଆତଙ୍କୀମାନେ ବଡ଼ ହମଲା କରିଥିଲେ। ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ୧୬ ଜଣ ପର୍ଯ୍ୟଟକଙ୍କ ଜୀବନ ନେଇ ଯାଇ ଥିଲେ। ଏହାପରେ ସେଠାକୁ ଯିବାକୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍ ହ୍ରାସ ପାଇଥିଲା।
ଏବେ ପୁଣିଥରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓମାର ଅବଦୁଲ୍ଲା ଶ୍ରୀନଗରର ସ୍ଥାନ ପହଲଗାମରେ ମଙ୍ଗଳବାର ( ୨୭ ମେ) କ୍ୟାବିନେଟ୍ ବୈଠକ ଡାକିଛନ୍ତି। ସିଏମ୍ କହିଛନ୍ତି କି, ଆମେ ଏଠାରେ କେବଳ ସରକାରୀ କାର୍ଯ୍ୟ ପାଇଁ ନୁହେଁ , ଆମେ ଏଠାକୁ ଏଥିପାଇଁ ଆସିଛୁ ଯେ, ଆମେ ରାଜ୍ୟରେ ଆତଙ୍କରାଜ ଓ ରକ୍ତପାତ ଚାହୁଁ ନାହୁଁ। ଆମେ ଜମ୍ମୁ କଶ୍ମୀରରେ ଖୁସି ଓ ଶାନ୍ତି ଚାହୁଁଛୁ।
ଓମାର ଅବଦୁଲ୍ଲା କହିଛନ୍ତି, ପୁରା ଜମ୍ମୁ-କାଶ୍ମୀର ଓ ପହଲଗାମର ଲୋକେ ଯେଉଁ ୨୨ ଅପ୍ରେଲରେ ଆତଙ୍କୀ ହମଲା ହୋଇଥିଲା ଏହା ବିରୋଧରେ ସ୍ୱର ଉଠାଇ ଥିଲେ। ଆମେ ସବୁ ଆତଙ୍କ ଓ ଆତଙ୍କବାଦୀଙ୍କ ବିରୋଧ କରୁଛୁ। ଜମ୍ମୁ-କାଶ୍ମୀରକୁ ପୁଣି ଥରେ ଟୁରିଷ୍ଟ ଆସନ୍ତୁ ଏବଂ ଏଠାରେ ତାଙ୍କର ସ୍ୱାଗତ , ଏହାକୁ ନେଇ ଆମେ ବୈଠକ କରିଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି , ଟୁରିଜିମ୍ ଆମର ଇକୋନମି ଓ ରାଜ୍ୟର ସବୁ ଲୋକଙ୍କ ପାଇଁ ବହୁତ ବଡ଼ ପାର୍ଟନରସିପ୍ ରଖି ଥାଏ। ଦୁନିଆକୁ ଜମ୍ମୁ-କାଶ୍ମୀରର ଟୁରିଜିମ୍କୁ ଇକୋନମି ଭାବେ ଦେଖିବା ଉଚିତ୍। ଆମର ବିଶ୍ୱାସ ଯେ, ପୁଣି ଥରେ ଜମ୍ମୁ-କାଶ୍ମୀରରେ ଟୁରିଜିମ୍ ଆସିବ।
ଓମାର ଅବଦୁଲ୍ଲା କହିଛନ୍ତି , ଗତ ୫-୬ ସପ୍ତାହ ପୂରା ଦେଶ ପାଇଁ ଭଲ ରହି ନାହିଁ ଏବଂ ଏଥିରେ ସବୁଠୁ ଅଧିକ କ୍ଷତି ଜମ୍ମୁ-କାଶ୍ମୀରର ହିଁ ହୋଇଛି। ଏହି ମୁସ୍କିଲ ସମୟରେ ଆମେ କେନ୍ଦ୍ର ସରକାରର ମଧ୍ୟ ସାହାଯ୍ୟ ଆବଶ୍ୟକ ଏବଂ ଆଗକୁ ବଢିବାର ଅଛି। ସେ କହିଛନ୍ତି , ବୈସରନ୍ ଭ୍ୟାଲିରେ ଯେଉଁ ହମଲା ହୋଇଥିଲା, ଏହାପରେ ଆମେ ସ୍ଥିର କରିଛୁ ଯେ, ଆମକୁ ସିକ୍ୟୁରିଟି ଭିଜିଟ୍ କରିବାର ଅଛି ଏବଂ ସେଠାରେ ଆମକୁ ସୁରକ୍ଷା ପହଞ୍ଚାଇବାର ଅଛି। ଆମେ ଏଠାରେ ଟୁରିଷ୍ଟଙ୍କ ଆସିବାକୁ ଅପେକ୍ଷା କରିବୁ ଏବଂ ଆମର ପୂରା ଆଶା ଯେ, ଏଠାରେ ଟୁରିଷ୍ଟ ପୁଣି ଆସିବାକୁ ଲାଗିବେ।