ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା, ବ୍ରହ୍ମପୁର ଓ ଆସ୍କା ସାଂସଦଙ୍କ ସହ ବିଧାୟକ ଉପସ୍ଥିତ

NEWS7
not-india-of-1962-cant-be-threatened-tibetan-leaders-advice-to-china-on-tawang-issue

ଭୁବନେଶ୍ବର ୭।୨: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ସଂସଦୀୟ କ୍ଷେତ୍ର ୱାରୀ ସମୀକ୍ଷା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବ୍ରହ୍ମପୁର ଏବଂ ଆସ୍କା ସଂସଦୀୟ କ୍ଷେତ୍ରକୁ ନେଇ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ବୈଠକରେ ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ ସମନ୍ୱୟ, ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ହୋଇଥିଲା । ବାକିଥିବା ସାଂଗଠନିକ କାର୍ଯ୍ୟକ୍ରମ କେମିତି ଆଗକୁ ବଢିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହାସହ ପର୍ଯ୍ୟାୟ କ୍ରମେ ସମସ୍ତ ସଂସଦୀୟ କ୍ଷେତ୍ରୱାରୀ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଏହି ବୈଠକରେ ବ୍ରହ୍ମପୁର ଏବଂ ଆସ୍କା ସାଂସଦଙ୍କ ସମେତ ବିଧାୟକ ମାନେ ଉପସ୍ଥିତ ଥିଲେ । ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ, ଆସ୍କା ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଚିକିଟି ବିଧାୟକ ଉପସ୍ଥିତ ଥିଲେ ।