ଅବ୍ୟବସ୍ଥା ମଧ୍ୟରେ ଆମିଷ ବଜାର, ସିଲ୍ କଲା ପ୍ରଶାସନ

Published By : Prameya-News7 Bureau | June 30, 2025 IST

କୋରାପୁଟ: କୋରାପୁଟ ପୌର ପରିଷଦର ଦୈନିକ ବଜାରରେ ଥିବା ସମସ୍ତ ଆମିଷ ଦୋକାନକୁ ସିଲ୍ କରିଛି ପ୍ରଶାସନ। ଏହି ବଜାର ମଧ୍ୟରେ ଥିବା ଚିକେନ, ମଟନ ସହ ମାଛ ଦୋକାନକୁ ସିଲ୍ କରିଛି ପ୍ରଶାସନ।

ପ୍ରକୃତରେ ଏଠାରେ ଅନେକ ଅବ୍ୟବସ୍ଥା ରହିଥିଲା। ଆମିଷ ବଜାର କାରଣରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏହା ସହ ଏଠାରୁ ବାହାରୁଥିବା ଆବର୍ଜନା ଡ୍ରେନରେ ପକାଯାଉଥିବାରୁ ଅଞ୍ଚଳ ଦୁର୍ଗନ୍ଧମୟ ହେଉଥିବା ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଅଭିଯୋଗକ୍ରମେ ଜିଲ୍ଲାପାଳ ପୌର ଅଧିକାରୀଙ୍କୁ ପରିମଳ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାରମ୍ବାର କହିବା ସତ୍ତ୍ବେବି ଅମାନିଆ ହୋଇଥିଲେ ଆମିଷ ବ୍ୟବସାୟୀ।

ଏମିତିରେ ଜିଲ୍ଲାପାଳ କଡ଼ା କାର୍ଯ୍ୟନୁଷ୍ଠାନ ନେଇ ଆମିଷ ବଜାରକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେବା ପରେ ସୋମବାର ମ୍ୟୁନିସିପାଲଟି କର୍ମଚାରୀ ସହ ପୋଲିସ ପ୍ରଶାସନ ପହଞ୍ଚି ଆମିଷ ବଜାରରେ ଥିବା ସବୁ ଦୋକାନ ବନ୍ଦ କରିଛନ୍ତି। 

ସେପଟେ ଆମିଷ ବ୍ୟବସାୟୀଙ୍କ ସହ ଚାମ୍ବର ଅଫ୍ କମର୍ସ ସଦସ୍ୟ ଏବଂ କୋରାପୁଟ ନିର୍ବାହୀ ଅଧିକାରୀ ଓ ମ୍ୟୁନିସିପାଲଟି ଚେୟାରମ୍ୟାନ ଆଲେଚନା କରିଛନ୍ତି। ଯେଉଁଥିରେ ଆମିଷ ଦୋକାନରେ ଡଷ୍ଟବିନ ରଖିବା ସହ ଜୋରିମାନା ଦେବା ପରେ ଦୋକାନ ସିଲ୍ ଫିଟା ଯିବା ନେଇ ନିଷ୍ପତ୍ତି ନିଆଯାଇଛି। ହେଲେ ଆସନ୍ତା ଦିନରେ ପୁଣିଥରେ ଅମାନିଆ ହେଲେ ଦୋକାନ ଲାଇସେନ୍ସ ରଦ୍ଧ କରାଯିବ କହିଛନ୍ତି ମୁନସିପାଲଟି ନିର୍ବାହୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.