ବ୍ରହ୍ମପୁର: ପ୍ରସିଦ୍ଧ ଦଣ୍ଡ ଯାତ୍ରାରେ ହେବନି ମେଲୋଡି ରେକର୍ଡ ଡାନ୍ସ। ଅଶ୍ଲୀଳତା ରୋକିବାକୁ ଗଞ୍ଜାମ ଦଣ୍ଡନାଚ ମହାସଂଘ ପକ୍ଷରୁ ନିଷ୍ପତ୍ତି l ସଂଘ ତରଫରୁ କୁହାଯାଇଛି ଯଦି କୌଣସି କମିଟି ନାଚ ଗୀତ ମାଧ୍ୟମରେ ଆଶ୍ଲୀଳତା ଭଳି ଦୃଶ୍ୟ ପ୍ରଦର୍ଶନ କରନ୍ତ, ତେବେ ମହାସଂଘ ପକ୍ଷରୁ ପୁଲିସ ଦ୍ୱାରା ସମ୍ପୃକ୍ତ କମିଟିର ସମସ୍ଥ ସରଞ୍ଜାମକୁ ଜବତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ଏବର୍ଷ ସାମାଜିକ ନାଟକ ହେବ ବୋଲି ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଙ୍ଘ ପକ୍ଷରୁ କୁହାଯାଇଥିବାବେଳେ, ଆସନ୍ତା ବର୍ଷରୁ ସମ୍ପୂର୍ଣ୍ଣ ଭାବେ ସାମାଜିକ ନାଟକ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛି ମହାସଂଘ। ପୌରାଣିକ ଏବଂ କାଳ୍ପନିକ ନାଟକ ହେବ ଦଣ୍ଡ ନାଚର ମୁଖ୍ୟ ଆକର୍ଷଣ ।