ନୂଆଦିଲ୍ଲୀ ୧୫।୨: ଫ୍ରାନ୍ସ ଓ ଆମେରିକା ଗସ୍ତ ଭଳି ଦୁଇ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଶେଷ କରି ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିଲେ ଏୟାରପୋର୍ଟରେ ତାଙ୍କୁ ରିସିଭ କରିବାକୁ କେହି ନଥିଲେ। ସେ ସାଧାସିଧା ବିମାନରୁ ଓହ୍ଲାଇ ଗାଡ଼ିରେ ବସି ପ୍ରଧାନମନ୍ତ୍ରୀ ଆବାସ ଉଦ୍ଦେଶ୍ୟରେ ବାହାରି ଯାଉଥିବା ଦେଖା ଯାଇଛନ୍ତି। ଏହି ସମୟରେ ପ୍ରଧାମନ୍ତ୍ରୀ ବେଶ୍ ଗମ୍ଭୀର ଦେଖାଯାଉଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଯେବେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରୁ ଫେରୁଥିଲେ ବିମାନ ବନ୍ଦରରେ ତାଙ୍କୁ ରିସିଭ କରିବା ପାଇଁ ବିଜେପି ସଭାପତି, କେନ୍ଦ୍ରମନ୍ତ୍ରୀ ଅଥବା ପାର୍ଟିର କେହି ନା କେହି ବରିଷ୍ଠ ନେତା ନିଶ୍ଚିତ ରହୁଥିଲେ।
ହେଲେ ଏଥର ପ୍ରଧାମନ୍ତ୍ରୀ ଫ୍ରାନ୍ସ ଓ ଆମେରିକା ଗସ୍ତରୁ ଫେରିବା ବେଳେ ତାଙ୍କୁ କେହି ରିସିଭ କରିବାକୁ ନ ଆସିବା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। କୁହାଯାଉଛି ପ୍ରଧାମନ୍ତ୍ରୀଙ୍କ ଏପରି ସାଧାସିଧା ଆଗମନ ଟ୍ରମ୍ପ ସରକାରଙ୍କ ଏକ ନିଷ୍ପତ୍ତି ଯୋଗୁ। ପ୍ରଧାମନ୍ତ୍ରୀଙ୍କ ବିମାନ ଟେକଅଫ କରିବା ପଛେ ପଛେ ଆମେରିକା ତାର ଆଉ ଏକ ମିଲେଟ୍ରି ବିମାନ ଭାରତ ପଠାଇଛି। ଆମେରିକା ପୂର୍ବରୁ ୧୦୪ ପ୍ରବାସୀଙ୍କୁ ଭାରତ ଫେରାଇଛି। ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ଫେରିବା ସହିତ ଆମେରିକା ଅବୈଧ ପ୍ରବାସୀଙ୍କ ଦ୍ୱିତୀୟ ଗୋଷ୍ଠୀଙ୍କୁ ଭାରତ ପଠାଇବାକୁ ନିଷ୍ପତ୍ତି ନେଇଛି। ଖବର ଆସୁଛି ଏଥର ଆମେରିକାରୁ ୧୧୯ଜଣ ପ୍ରବାସୀ ଆସୁଛନ୍ତି।
#WATCH | Prime Minister Narendra Modi arrives at Palam airport in Delhi after concluding his two-nation visit to France and the US.
— ANI (@ANI) February 14, 2025
During his visit, PM Modi co-chaired AI summit in France and in the US, the PM met President Donald Trump - first meeting of the two leaders after… pic.twitter.com/wX4UyhdqJ5
ଏହି ୧୧୯ ଭାରତୀୟ ମଧ୍ୟ ଠିକ୍ ସେହିପରି ଫେରିବେ ଯେପରି ପ୍ରଥମ ଥର ଫେରିଥିଲେ। ଗୋଡରେ ଶିଙ୍କୁଳୀ ଓ ହାତରେ ହାତକଡି ଲଗାଇ ୧୧୯ ଭାରତୀୟ ସ୍ୱଦେଶ ଫେରିବେ। ଏଥର ମଧ୍ୟ ଆମେରିକା ଏହି ପ୍ରବାସୀଙ୍କୁ ଛାଡିବା ପାଇଁ ସେନା ବିମାନ ବ୍ୟବହାର କରିବ। ଏଣୁ ପ୍ରଧାନମନ୍ତ୍ରୀ ସିଧାସାଧା ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ବିଦେଶୀଙ୍କ ବିରୋଧରେ ଟ୍ରମ୍ପ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡି କରିଛନ୍ତି। ଏହିକ୍ରମରେ ପ୍ରଥମ ଦଳଙ୍କ ଫେରିବାର ମାତ୍ର କିଛି ଦିନରେ ଦ୍ୱିତୀୟ ଦଳଙ୍କୁ ଭାରତ ପଠାଉଛି।
ଏହି ଦଳରେ ଏଥର ୧୧୯ ଜଣ ପ୍ରବାସୀ ଭାରତୀୟ ଆସୁଛନ୍ତି। ଏଥର ମଧ୍ୟ ସେମାନେ ସେପରି ଆସିବେ ଯେପରି ପୂର୍ବ ଦଳ ଫେରିଥିଲେ। ସେମାନଙ୍କ ଗୋଡରେ ଶିଙ୍କୁଳୀ ଓ ହାତରେ ହାତକଡି ଲଗାଯାଇ ପଠାଯିବ ଓ ଏଠାରେ ଆସିଲେ ସେମାନଙ୍କୁ ମୁକ୍ତ କରାଯିବ। ଏଣୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଫେରିବାରେ କୌଣସି ପ୍ରକାର ଲୋକଦେଖାଣିଆ ପ୍ରହସନ ନ କରିବାକୁ ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ଆକଳନ କରାଯାଉଛି।