ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଆଜି ଖେଳାଯିବ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍। ଏହି ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରୋହିତ ଶର୍ମା କିଛି ପିଲାଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ଜଣେ ପିଲା ପ୍ରଶ୍ନ କରୁଛନ୍ତି। ଏହାର ଉତ୍ତରରେ ରୋହିତ ଯାହା କହିଛନ୍ତି ତାହା ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ରୋହିତଙ୍କ ଜବାବରୁ ସ୍ପଷ୍ଟ ଯେ, ଚଳିତ ବର୍ଷ ଆଇପିଏଲ୍ ଟ୍ରଫି ଉଠାଇବା ପୂର୍ବରୁ ସେ ଅଟକିବା ମୁଡରେ ନାହାନ୍ତି।
ଏହି ଭିଡିଓରେ ରୋହିତ ଛୋଟ ଛୋଟ ପିଲାଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ପିଲା ପ୍ରଶ୍ନ କରୁଛନ୍ତି ଯେ, ସାର ଆପଣଙ୍କୁ କେମିତି ଆଉଟ୍ କରାଯିବ ? ଏହାର ଉତ୍ତରରେ ରୋହିତ ମଜାଳିଆ ଢଙ୍ଗରେ କହୁଛନ୍ତି ଯେ, ନା ନା ସେମିତି ହୋଇ ପାରିବ ନାହିଁ। କୁହାଯାଉଛି ଆଇପିଏଲ୍ କ୍ଵାଲିଫାୟର ପୂର୍ବରୁ ରୋହିତ ଶର୍ମା ପ୍ରତିପକ୍ଷ ଦଳକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ରୋହିତ ଶର୍ମା ଓ ସମସ୍ତ ପିଲା ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧିଛନ୍ତି। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି।
Also read: ସାଂସଦଙ୍କ ହାତ ଧରିବେ କ୍ରିକେଟର ରିଙ୍କୁ ସିଂହ, ଧାର୍ଯ୍ୟ ହେଲା ବିବାହ ତାରିଖ
ସୂଚନାଯୋଗ୍ୟ, ରୋହିତ ଶର୍ମା ଏଲିମିନେଟର ମୁକାବିଲାରେ ଦମଦାର ବ୍ୟାଟିଂ କରି ୫୦ ବଲ୍ରୁ ୮୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଥିଲା। ରୋହିତଙ୍କ ଏହି ଇନିଂସରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା। ଏହି ପ୍ରଦର୍ଶନ ପାଇଁ ସେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଜିତିଥିଲେ। ଗୁଜରାଟକୁ ୨୦ ରନରେ ହରାଇ ମୁମ୍ବାଇ କ୍ଵାଲିଫାୟର-୨ରେ ପ୍ରବେଶ କରିଛି।