ଢେଙ୍କାନାଳ ସଦର ବ୍ଲକ୍ ବିଜେଡି ସଭାପତିଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ

Published By : Prameya-News7 Bureau | June 02, 2025 IST

ଢେଙ୍କାନାଳ ୨।୬ଢେଙ୍କାନାଳରେ ବିଧାନସଭା ସ୍ତରୀୟ ବିଜେପିର ମିଶ୍ରଣ ପର୍ବ । ସଦର ବ୍ଲକ ବିଜେଡି ସଭାପତିଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ ନେତା କର୍ମୀ ବିଜେପିରେ ସାମିଲ ହେଲେ । ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ବିଧାନସଭା ସ୍ତରୀୟ ବିଜେପି ମିଶ୍ରଣ ପର୍ବ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଢେଙ୍କାନାଳ ସଦର ବ୍ଲକ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର ଆଦି ବିଜେଡି ଓ କଂଗ୍ରେସର ଶତାଧିକ ପଞ୍ଚାୟତ ପ୍ରତିନିଧି, ନେତା ଓ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କୁ ବିଜେପି ଦଳୀୟ ଉତ୍ତରୀୟ, ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ଯୋଗଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଯୋଗୁଁ ବିଜେପି ପ୍ରତି ଲୋକ ଆକୃଷ୍ଠ ହେବାରେ ଲାଗିଛନ୍ତି । ଏପରିକି ରାଜ୍ୟବ୍ୟାପୀ କଂଗ୍ରେସ ଓ ବିଜେଡି ନେତା, କର୍ମୀଙ୍କର ବିଜେପି ଦଳ ଆଡ଼କୁ ସୁଅ ଛୁଟୁଛି । ଆଉ ଏମାନଙ୍କ ନେତୃତ୍ୱରେ ଆଗାମୀ ୨୦୩୬ ମସିହା ସୁଦ୍ଧା ଓଡ଼ିଶା ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ ହେବାକୁ ଯାଉଛି ।

ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଓ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

You Can Read:

ଭଲ ପ୍ରଦର୍ଶନ କଲେ ପୁରସ୍କୃତ କରାଯିବ, ଅବହେଳା କଲେ ଖୋଜି ଖୋଜି କାମରେ ଲଗାଯିବ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.