ମୁମ୍ଵାଇ ୦୧।୦୬; ଭାରତୀୟ ଦଳର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ଚର୍ଚ୍ଚାରେ ଅଛନ୍ତି। ସପା ସାଂସଦ ପ୍ରିୟା ସରୋଜଙ୍କ ସହିତ ତାଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ଖୁବ୍ ଆଲୋଚନା ଚାଲିଛି । ଏହାକୁ ନେଇ କିଛି ଅପଡେଟ୍ ସାମ୍ନାକୁ ଆସିଛି । ଚଳିତ ବର୍ଷ ଆରମ୍ଭରେ ଉଭୟଙ୍କ ରୋକା ହୋଇଥିଲା । ଏବେ ଉଭୟ ଖୁବ୍ ଶୀଘ୍ର ସାତଫେରା ନେବେ । ଏହି କପଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏବେ ନିର୍ବନ୍ଧ ସେରମନି ଏବଂ ବିବାହର ତାରିଖ ମଧ୍ୟ ସ୍ଥିର ହୋଇଛି। ଏହି ବିବାହରେ ଯେଉଁଥିରେ ରାଜନୀତି, କ୍ରୀଡା, ଚଳଚ୍ଚିତ୍ର ଏବଂ ଶିଳ୍ପର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଉଛି। ପରିବାର ସୂତ୍ରରୁ ଜଣାପଡିଛି ଯେ ଏହି ବିବାହ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଅନୁଯାୟୀ ହେବ।
ରିଙ୍କୁ-ପ୍ରିୟା ସରୋଜଙ୍କ ବିବାହ ସ୍ଥିର
ରିପୋର୍ଟ ଅନୁଯାୟୀ, ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ସେଭେନ୍ ଷ୍ଟାର ହୋଟେଲରେ ଅନୁଷ୍ଠିତ ହେବ। ବିବାହ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ୍ ହୋଟେଲରେ କରାଯାଯିବ। ଏହି ବିବାହରେ ଅନେକ ବଡ଼ ରାଜନେତା, ଫିଲ୍ମ ଷ୍ଟାର ଏବଂ ଶିଳ୍ପପତି ଯୋଗଦେବେ। ସପା ବିଧାୟକଙ୍କ ନିକଟତମ ଲୋକଙ୍କ ଅନୁସାରେ, ବିବାହ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ।
କହିବାକୁ ଗଲେ ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ଉଭୟ ପରସ୍ପରକୁ ପୂର୍ବରୁ ଜାଣନ୍ତି। ପ୍ରିୟାଙ୍କ ବନ୍ଧୁଙ୍କ ବାପା ଜଣେ କ୍ରିକେଟର, ଯିଏ ରିଙ୍କୁଙ୍କୁ ମଧ୍ୟ ଜାଣନ୍ତି। ସେ ଏହି ଦୁଇଜଣଙ୍କୁ ଦେଖା କରାଇଥିଲେ ଏବଂ କଥା ଆଗୁ ବଢ଼ିଥିଲା। ଦାବି କରାଯାଉଛି ଯେ ପ୍ରିୟା ରିଙ୍କୁଙ୍କ ଆଲିଗଡ଼ରେ ଥିବା ନୂତନ ଘରକୁ ବାନଇବାକୁ ଫାଇନାଲ କରିଥିଲେ।