ଲୋନ ପାଇଁ ଆଉ ବ୍ୟାଙ୍କ ଦଉଡିବା ଦରକାର ନାହିଁ, ଲୋକଙ୍କ ସମସ୍ୟା ସହଜ କଲେ Google Pay ଓ Phone Pe

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ  ୨୩।୬: ଲୋକଙ୍କୁ ଅଚାନକ ଆର୍ଥିକ ଆବଶ୍ୟକତା ପଡିଲେ ଲୋନ ପାଇଁ ବ୍ୟାଙ୍କ ମୁହାଁ ହୁଅନ୍ତି। ତେବେ ବ୍ୟାଙ୍କ ବ୍ୟବସ୍ଥା ପ୍ରାୟତଃ ଧିମା ଓ ଜଟିଳ ହୋଇଥାଏ। ଏଣୁ ଲଗାତାର ବ୍ୟାଙ୍କକୁ ଦଉଡିବା ଓ କାଗଜପତ୍ର ପ୍ରକ୍ରିୟାରୁ ବର୍ତ୍ତିବା ପାଇଁ ଏବେ ଡିଜିଟାଲ ଟେକ୍ନୋଲଜି ଲୋକଙ୍କ ନିମନ୍ତେ ସୁବିଧାଜନକ ଋଣ ବ୍ୟବସ୍ଥା ନେଇ ଆସିଛି।  ଗୁଗଲ ପେ ଓ ଫୋନ ପେ ଭଳି ଲୋକପ୍ରୀୟ ୟୁପିଆଇ ପ୍ଲାଟଫର୍ମ ଇନଷ୍ଟାଣ୍ଟ ଲୋନ ସୁବିଧା ଆରମ୍ଭ କରିଛନ୍ତି। 

କିପରି ମିଳିବ ଲୋନ?
ଯଦି ଋଣ ନିତ୍ୟାନ୍ତ ଆବଶ୍ୟକ ପ୍ରଥମେ ଗୁଗଲ ପେ ଆପ ଖୋଲନ୍ତୁ ‘ମନି ସେକ୍ସନ’ କୁ ଯାଇ ‘ଲୋନ’ ବିକଳ୍ପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କ ଲାଗି ଉପଲବ୍ଧ ଲୋନ ଅଫର ଦେଖାଯିବ। ଏଥିରେ ‘ପ୍ରି ଆପ୍ରୁଭଡ’ ଲୋନକୁ ସିଲେକ୍ଟ କରନ୍ତୁ ଓ ଆପଣ ଆବଶ୍ୟକ କରୁଥିବା ଋଣ ରାଶି ଓ ଅବଧି ନିର୍ଦ୍ଧାରିତ କରନ୍ତୁ। ଆଗକୁ ବଢିବା ପାଇଁ ‘କଣ୍ଟିନ୍ୟୁ’ କ୍ଲିକ୍ କରନ୍ତୁ ଓ ମଗାଯାଉଥିବା ସୂଚନା ଦିଅନ୍ତୁ। ଓଟିପି ଦେବାମାତ୍ରେ ଆପଣଙ୍କ ଲୋନ ସ୍ୱୀକୃତ ହୋଇ ଯିବ ଓ ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। 

ଫୋନ ପେରୁ କେମିତି ନେବେ ଲୋନ?

ଏଥିପାଇଁ ପ୍ରଥମେ ଫୋନ ପେ ଅଥବା ଫ୍ଲିପକାର୍ଟ ଆପ ଡାଉନଲୋଡ କରନ୍ତୁ। ମୋବାଇଲ ନମ୍ବରରେ ସାଇନ ଅପ କରନ୍ତୁ। ଏଥିରେ ‘ଫ୍ଲିପକାର୍ଟ ପେ ଲେଟର’ କ୍ଲିକ୍ କରନ୍ତୁ। ଆବଶ୍ୟକ ଡକ୍ୟୁମେଣ୍ଟେ (ପାନ୍ ଓ ଆଧାର) ଅପଲୋଡ କରନ୍ତୁ। ଯଦି ଆପଣଙ୍କ ସିଭିଲ ସ୍କୋର ୭୫୦ରୁ ଅଧିକ ତେବେ ଆପଣ ଲୋନ ନେବା ପାଇଁ ପାତ୍ର ମାନ୍ୟ ହେବେ। ଆପଣଙ୍କ ଖାତା ଆକ୍ଟିଭେଟ ହେବା ପରେ ‘ମାଇଁ ମନି’ ସେକ୍ସନରୁ ୟୁପିଆଇ ମାଧ୍ୟମରେ ଋଣ ରାଶି ପ୍ରାପ୍ତ କରନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.