ଇଥାନଲ୍ ମିଶ୍ରଣ କାରଣରୁ ଗୋଟିଏ ବି ଗାଡ଼ିର ଇଞ୍ଜିନ୍ ଫେଲ୍ କିମ୍ୱା ବ୍ରେକ୍‌ଡାଉନ୍ ହୋଇ ନାହିଁ: ହରଦୀପ ସିଂହ ପୁରୀ

Published By : Prameya-News7 Bureau | August 09, 2025 IST

ନୂଆଦିଲ୍ଲୀ: ଗତ ୧୦ ମାସ ମଧ୍ୟରେ ଇଥାନଲ୍ ୨୦ (E20) ମୂଳ ଇନ୍ଧନ ହେବା ପରଠାରୁ ଇଞ୍ଜିନରେ ଖରାପ କିମ୍ବା ବ୍ରେକ୍‌ଡାଉନ୍‌ର ଗୋଟିଏ ବି ମାମଲା ରିପୋର୍ଟ ହୋଇନାହିଁ । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ଏହି ସୂଚନା ଦେଇଛନ୍ତି । ବ୍ରାଜିଲର ଉଦାହରଣ ଦେଇ ସେ କହିଛନ୍ତି ଯେ E27 ଇନ୍ଧନ ସେଠାରେ ବର୍ଷ ବର୍ଷ ଧରି ବିନା କୌଣସି ସମସ୍ୟାରେ ବ୍ୟବହାର କରାଯାଉଛି । ସେ କହିଛନ୍ତି ଯେ କିଛି ଲୋକ ସେମାନଙ୍କ ଲାଭ ପାଇଁ ଯୋଗୁ ଭାରତର ଇଥାନଲ୍ ବିପ୍ଳବକୁ ପଥଭ୍ରଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ସେମାନେ ଏଥିରେ ସଫଳ ହେବେ ନାହିଁ ।

ଦିଲ୍ଲୀରେ 'ପାୟୋନିୟର ବାୟୋଫୁଏଲ ୩୬୦ ଶିଖର ସମ୍ମିଳନୀ'ରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନୀତିଗତ ସମର୍ଥନ, ଶିଳ୍ପ ସହଯୋଗ ଏବଂ ଲୋକଙ୍କ ଗ୍ରହଣୀୟତା ସହିତ E20 କୁ ପରିବର୍ତ୍ତନ ଭଲ ଭାବରେ ଚାଲିଛି । ଏବେ ଏଥିରେ ପଛକୁ ଫେରିବାର କୌଣସି ସମ୍ଭାବନା ନାହିଁ । E20 ଇନ୍ଧନର ଲାଭକୁ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ଏହା ଗ୍ରୀନହାଉସ୍ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ସହ ବାୟୁ ଗୁଣବତ୍ତା ଉନ୍ନତ କରେ । ଏହାକୁ ବ୍ୟବହାର କରି ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିସାରିଛି ।

କେନ୍ଦ୍ରମନ୍ତ୍ରୀ ପୁରୀ ଆହୁରି କହିଛନ୍ତି, ପାନୀପତ ଏବଂ ନୁମାଲିଗଡ଼ରେ 2G ଇଥାନଲ୍ ରିଫାଇନାରୀଗୁଡ଼ିକ ନଡ଼ା ଏବଂ ବାଉଁଶ ଭଳି କୃଷି ଅବଶିଷ୍ଟାଂଶକୁ ଇଥାନଲରେ ପରିଣତ କରୁଛି । ଏହାଦ୍ୱାରା ସ୍ୱଚ୍ଛ ଇନ୍ଧନ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବଢାଉଛି । ସେହିପରି ମକା-ଆଧାରିତ ଇଥାନଲର ଅଗ୍ରଗତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ, ଯାହା ୨୦୨୧-୨୨ରେ ଶୂନ ପ୍ରତିଶତରୁ ବୃଦ୍ଧି ପାଇ ଚଳିତ ବର୍ଷ ୪୨ ପ୍ରତିଶତ ହୋଇଛି ।

ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (EBP) କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଇଥାନଲ୍ ମିଶ୍ରଣ ବିଢିଛି । ୨୦୧୪ରେ ଇଥାନଲ୍ ମିଶ୍ରଣ ମାତ୍ର ୧.୫୩ ପ୍ରତିଶତ ଥିଲା । ୨୦୨୨ ସୁଦ୍ଧା ଭାରତ ନିର୍ଦ୍ଧାରିତ ସମୟଠାରୁ ପାଞ୍ଚ ମାସ ପୂର୍ବରୁ ୧୦ ପ୍ରତିଶତ ମିଶ୍ରଣ ହାସଲ କରିଥିଲା । ଏହି ଦ୍ରୁତ ଗତି ଯୋଗୁ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ମିଶ୍ରଣ (E20) ହାସଲ କରିବାର ମୂଳ ଲକ୍ଷ୍ୟ ୨୦୨୫କୁ ହ୍ରାସ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.