କୋହଲିଙ୍କ ପାଇଁ ବିରାଟ୍ ଅଶୁଭ ନଂ-୩; ୧୨ ବର୍ଷରେ ଟେଷ୍ଟରେ ବାରମ୍ବାର ଫେଲ୍, ନିରବୀ ଯାଇଛି ବ୍ୟାଟ୍

Published By : Prameya-News7 Bureau | October 18, 2024 IST

ବେଙ୍ଗାଲୁରୁ; ଟେଷ୍ଟ ପସନ୍ଦ, ନଂ-୩ ପୋଜିସନ୍ ନୁହେଁ । ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କ ବିରାଟ୍ ସମସ୍ୟା । କିଙ୍ଗ୍ ଅଫ୍ କ୍ରିକେଟଙ୍କ ପାଇଁ ନଂ-୩ ଅଶୁଭ । ୨୦୧୨ରୁ ବାରମ୍ବାର ଅସଫଳ । ବିରାଟଙ୍କ ନାଁରେ ଅଲୋଡ଼ା ରେକର୍ଡ । ଏବେ ନୁହେଁ ୨୦୧୨ରୁ ଟେଷ୍ଟରେ ଅସଫଳତାର ସ୍ବାଦ ଚାଖି ଚାଲିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ୍ କୋହଲି । ୧୨ ବର୍ଷରେ ୭ଥର ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇଛନ୍ତି, ହେଲେ ପ୍ରତି ଥର ଫ୍ଲପ୍ ଶୋ’ ଦେଖିବାକୁ ମିଳିଛି । ୪-ନମ୍ବର ସ୍ଥାନରେ ଗର୍ଜୁଥିବା ବିରାଟଙ୍କ ବ୍ୟାଟ୍ ନମ୍ବର-୩ ପୋଜିସନରେ ନିରବୀ ଯାଇଛି । ଆଉ ୭ ଇନିଂସରେ ଗୋଟିଏ ବି ଅର୍ଦ୍ଧଶତକ ମାରିବାରେ ସଫଳ ହୋଇନାହାନ୍ତି ।   

ଟେଷ୍ଟରେ ବିରାଟଙ୍କ ନାଁରେ ୭ ଆଲୋଡ଼ା ରେକର୍ଡ । ୨୦୧୨ରେ ବିରାଟ କୋହଲି ପ୍ରଥମ ଥର ପାଇଁ ଟେଷ୍ଟରେ ନଂ-୩ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଅହମ୍ମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ସଂଘର୍ଷ କରିଥିଲେ ବିରାଟ୍ । ବ୍ରିଟିଶ ବୋଲରଙ୍କ ସାମ୍ନାରେ ହାତ ଟେକିଦେଇ ୧୪ ରନରେ ଆଉଟ୍ ହୋଇଥିଲେ । ୨୦୧୩ରେ ଅଷ୍ଟ୍ରେଲିଆ ବିରୋଧରେ ମଧ୍ୟରେ ସମାନ ସମସ୍ୟାର ସାମ୍ନାରେ କରିଥିଲେ କଙ୍ଗ୍ କୋହଲି । ମୋହାଲି ଏବଂ ଫିରୋଜ୍ ଶାହା ଷ୍ଟାଡିୟମ ଦିଲ୍ଲୀରେ ତିନୋଟି ଇନିଂସରେ ଯଥାକ୍ରମେ ୩୪ରନ୍, ୧ ରନ୍ ଏବଂ ୪୧ ରନ୍ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ୨୦୧୬ କାରବିୟାନ୍ ଟିମ୍ ବିରୋଧରେ ମଧ୍ୟ ସଂଘର୍ଷ କରିଥିଲେ କୋହଲି । ଗ୍ରାସ୍ ଆଇଲେଟ୍ ଟେଷ୍ଟରେ ତିନି ନମ୍ବର ପୋଜିସନରେ ବ୍ୟାଟିଂ କରିବାକୁ ଓହ୍ଲାଇ ଦୁଇଟି ଇନିଂସରେ ୩ ରନ ଏବଂ ୪ରନ କରି ଆଉଟ୍ ହୋଇଥିଲେ । ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବିରାଟ୍ କୋହଲି ଏବେ ୮ ବର୍ଷ ପରେ ମଧ୍ୟ ତିନି ନମ୍ବର ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି । ନ୍ୟୁଜିଲାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟରେ ଶୂନ୍ୟ କରି ଆଉଟ୍ ହୋଇଛନ୍ତି ।  


ଟେଷ୍ଟ କ୍ରିକେଟ ର ଇତିହାସ ଦେଖିଲେ, କୋହଲିଙ୍କ ପସନ୍ଦ ପୋଜିସନ ୪ । ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ଫର୍ମାଟରେ ୪ ନମ୍ବରରେ ତେନ୍ଦୁଲକରଙ୍କ ପରେ ବିରାଟ୍ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଗଡ୍ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକର ଏହି ସ୍ଥାନରେ ୧୩ ହଜାରରୁ ଅଧିକ ରନ୍ କରିଛନ୍ତି । ତାଙ୍କ ପରେ ବିରାଟ୍ କୋହଲି ନମ୍ବର ପୋଜିସନ ପାଇଁ ସଫଳ ବ୍ୟାଟର ଭାବେ ଉଭା ହୋଇଛନ୍ତି । ଏହି ସ୍ଥାନରେ ସେ ୭,୩୫୫ ରନ ସଂଗ୍ରହ କରିଛନ୍ତି । ତେଣୁ ଟେଷ୍ଟ ଫର୍ମାଟରେ କିଙ୍ଗ୍ କୋହଲି ପାଇଁ ତିନି ସ୍ଥାନ ଅଶୁଭ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.