LIVE TV

ସେପ୍ଟେମ୍ବରରେ ବଢ଼ିଲା ବେରୋଜଗାରୀ ସଂଖ୍ୟା: ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ମହିଳା ବେରୋଜଗାରୀ ଅଧିକ

NEWS7
nita-ambani-reveals-workout-routine-says-important-to-focus-on-health

ନୂଆଦିଲ୍ଲୀ: ବଢ଼ିଲା ବେରୋଜଗାରୀ ହାର। ସେପ୍ଟେମ୍ବରରେ ୧୫ରୁ ତଦୁର୍ଦ୍ଧ ବୟସ ବର୍ଗରେ ବେରୋଜଗାରୀ ହାର ବଢ଼ିଛି। ବୁଧବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି। କରେଣ୍ଟ ୱିକ୍ଲି ଷ୍ଟାଟସର ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ ସେପ୍ଟେମ୍ବରରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ବେକାରୀ ହାର ୫.୨ ପ୍ରତିଶତ ଥିଲା।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ଅନୁଯାୟୀ, ଅଗଷ୍ଟରେ ବେକାରୀ ହାର (UR) ୫.୧ ପ୍ରତିଶତ, ଜୁଲାଇରେ ୫.୨ ପ୍ରତିଶତ ଏବଂ ମେ ଏବଂ ଜୁନ୍ ମାସରେ ୫.୬ ପ୍ରତିଶତ ଥିଲା। ଲଗାତର ଦୁଇ ମାସ ହେଲା ବେରୋଜଗାରୀ ହ୍ରାସ ହେବା ପରେ ସେପ୍ଟେମ୍ବର ଟିକେ ବଢ଼ିଛି ବୋଲି ମନ୍ତ୍ରଣାଳୟ କହିଛି।    

ସର୍ଭେ ଅନୁଯାୟୀ, ଗ୍ରାମାଞ୍ଚଳରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ମଧ୍ୟରେ ବେରୋଜଗାରୀ ହାର ଅଗଷ୍ଟ ୨୦୨୫ରେ ୪.୩ ପ୍ରତିଶତରୁ ତୁଳନାରେ ସେପ୍ଟେମ୍ବର ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି।  ସେହିପରି ସହରାଞ୍ଚଳରେ ଏହି ହାର୍ ଅଗଷ୍ଟ ୨୦୨୫ରେ ୬.୭ ପ୍ରତିଶତରୁ ତୁଳନାରେ ସେପ୍ଟେମ୍ବର ୬.୮ ପ୍ରତିଶତ ରହିଛି।

ସହରାଞ୍ଚଳରେ ମହିଳା ବେକାରୀ ହାର ୯.୩କୁ ବୃଦ୍ଧି ପାଇଛି। ଯାହା ଅଗଷ୍ଟରେ ୮.୯ ପ୍ରତିଶତ ଥିଲା। ସେହିପରି ଗ୍ରାମାଞ୍ଚଳରେ ମହିଳା ବେକାରୀ ହାର୍ ସେପ୍ଟେମ୍ବର ୫.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅଗଷ୍ଟରେ ଏହା ୫.୨ ପ୍ରତିଶତ ଥିଲା। ପୁରୁଷଙ୍କ କ୍ଷେତ୍ରରେ ଗ୍ରାମାଞ୍ଚଳରେ ବେକାରୀ ଅଗଷ୍ଟର ୪.୫ ତୁଳନାରେ ସେପ୍ଟେମ୍ବରରେ ୪.୭% ହୋଇଛି। ସେହିପରି ସହରାଞ୍ଚଳରେ ଏହି ହାର ୫.୯%  ରୁ ୬%କୁ ବୃଦ୍ଧି ପାଇଛି।

 

ସେପ୍ଟେମ୍ବରରେ ସାମଗ୍ରିକ ଶ୍ରମିକ ଜନସଂଖ୍ୟା ଅନୁପାତ (WPR) ୫୨.% ଥିଲା, ଯାହା ମେ ୨୦୨୫ ପରଠାରୁ ସର୍ବାଧିକ ରେକର୍ଡ। ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ବିଶେଷକରି ଗ୍ରାମାଞ୍ଚଳରେ ମହିଳା ରୋଜଗାର ବଢ଼ିବାରୁ ଏହି ବୃଦ୍ଧି ହୋଇଛି।