ୟୁକ୍ରେନରେ ଋଷର ତାଣ୍ଡବ : ମାଡ କଲା ୬୫୩ ଡ୍ରୋନ୍ ଏବଂ ୫୧ ମିସାଇଲ୍

NEWS7
niranjan-pattanaik-reaction-on-congress-party

କିଭ୍, ୦୭ /୧୨: ୟୁକ୍ରେନ ଉପରେ ଭୟଙ୍କର ଆଟାକ୍ । ଘନ ଘନ ମିସାଇଲ ଏବଂ ଡ୍ରୋନ୍ ମାଡ । ଶନିବାର ୟୁକ୍ରେନର ବିଭିନ୍ନ ଜାଗାରେ ଋଷ ବଡ ଆକ୍ରମଣ କରିଛି । ୫୧ଟି ମିସାଇଲ ଏବଂ ୬୫୩ ଡ୍ରୋନ୍ ଆଟାକରେ ୟୁକ୍ରେନ୍ ଛିନଛତ୍ର ହୋଇଯାଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଆକ୍ରମଣ ନେଇ ୟୁକ୍ରେନ ବାୟୁସେନା ପ୍ରଥମେ ସୂଚନା ଦେଇଛି । ବାୟୁସେନା କହିଛି ଯେ, ସେମାନେ ୩୦ଟି ମିସାଇଲ ଏବଂ ୫୮୫ଟି ଡ୍ରୋନକୁ ଖସାଇ ଦେଇଛନ୍ତି । କିନ୍ତୁ ୨୯ଟି ସ୍ଥାନରେ ଋଷିଆ ଆକ୍ରମଣ କରିଛି । ଦେଶରେ ଥିବା ଅନେକ ପାଓ୍ୱାର ପ୍ଲାଣ୍ଟକୁ ଋଷିଆ ଟାର୍ଗେଟ୍ କରିଥିଲା । କିଭ୍ ର ରାଷ୍ଟ୍ରୀୟ ଶକ୍ତି ମନ୍ତ୍ରାଳୟ କହିଛି ଯେ, ଆକ୍ରମଣ ଦ୍ୱାରା ଦେଶରେ ବିଦ୍ୟୁତ ସରବରାହ ବନ୍ଦ ପାଇଁ ଯୋଜନା ରହିଥିଲା । ଯାହା ଦେଶର ବିଦ୍ୟୁତ ବ୍ୟବସ୍ଥାକୁ ଅଚଳ କରିଦେବ । ଗତ ୪ ବର୍ଷ ଧରି ଋଷ ଏପରି କରୁଛି । ୟୁରୋପୀୟ ଦେଶମାନେ ମଧ୍ୟ ସମାନ ଅଭିଯୋଗ କରି ଆସୁଛନ୍ତି ।

ଇଣ୍ଟରନ୍ୟାଶନାଲ ଆଟୋମିକ ଏନର୍ଜି ଏଜେନ୍ସି କହିଛି ଯେ, ଆକ୍ରମଣରେ ଜାପୋରିଝିଆରେ ଥିବା ପରମାଣୁ ସମ୍ପନ୍ନ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ଇନ୍ଧନକୁ ଥଣ୍ଡା ରଖିବା ପାଇଁ ଅଧିକ ବିଦ୍ୟୁତ ଦରକାର । ଯାହା ଏବେ ଉତ୍ପାଦନ ହୋଇପାରୁ ନାହିଁ ।

ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଇହୋର କ୍ଲାଇମେନକୋ କହିଛନ୍ତି ଯେ, ଋଷ ଆକ୍ରମଣରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି । କିଭ୍ ଅଞ୍ଚଳରେ ତିନି ଜଣ ଆହତ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ସେହିପରି ୟୁକ୍ରେନ ମଧ୍ୟ ପାଲଟା ଜବାବ ଦେଇଛି । ଋଷର ରିୟାଜାନ ଅଏଲ ରିଫାଇନାରୀକୁ ଆକ୍ରଣଣରେ ଧ୍ୱଂସ କରାଯାଇଥିବା ୟୁକ୍ରେନ୍ ଦାବି କରିଛି ।