ମକର ସଂକ୍ରାନ୍ତିରେ ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ମନ୍ଦିର ପ୍ରଶାସନକୁ ଦାୟୀ କଲେ ବଢୁ ନିଯୋଗ

NEWS7
nine-passengers-injured-after-auto-over-turns-in-kendrapara

ଭୁବନେଶ୍ୱର ୧୪/୦୨: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବନ୍ଦ୍ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । କାଲି ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି, ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଲାଗିରହିଛି ବିବାଦ । କ୍ଷୀର ଆଉଟା ନୀତି କିଏ କରିବ ତାକୁ ନେଇ ଟଣାଓଟରା । ତେଜିଲା ବଡ଼ୁ ଓ ସୁଆର ନିଯୋଗ ବିବାଦ ।

ସେପଟେ ନୀତି ବିଭ୍ରାଟ ନେଇ ମନ୍ଦିର ପ୍ରଶାସନକୁ ଦାୟୀ କଲେ ବଢୁ ନିଯୋଗ । ଗତ ବର୍ଷରୁ ବିବାଦ ହୋଇଥିବା ବେଳେ କଣସି ପଦକ୍ଷେପ ନ ନେଇଥିବାରୁ ବିବାଦ ସୃଷ୍ଟି ହୋଇଛି । ଡିସେମ୍ବର ୨୦୨୫ରେ ଜିଲ୍ଲାପାଳ ବ୍ରାହ୍ମାଣ ନିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା ବେଳା ଏହାକୁ ବଢୁ ନିଯୋଗ କୋର୍ଟ ରେ ଦ୍ୱାରସ୍ଥ ହେଲେ। ବର୍ତ୍ତମାନ ଫେବୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ରହିତାଦେଶ ରହିଛି।

ଆଜି ଆଉ ଘହୃ କମ୍ବଳ ନୀତି ହେବ ନାହିଁ । ତେବେ ଗୁରୁବାରଠାରୁ ନୀତି ସ୍ୱାଭାବିକ ଭାବେ ଚାଲିବ । ଆଜି କିନ୍ତୁ ଦିନ ସାରା ନୀତି ବନ୍ଦ ରହିବ ବୋଲି କହିଛନ୍ତି ଉଭୟ ନିଯୋଗ । ଲିଙ୍ଗରାଜ ମନ୍ଦିରରେ ପୂର୍ବରୁ ଏମିତି ଅନେକ ବିବାଦ ଯୋଗୁଁ ଅନେକ ନୀତି ବନ୍ଦ ରହିଛି । ତେବେ ଆଜି ଏହି ବିବାଦ ତୁଟିବ ନାହିଁ ଆସନ୍ତାକାଲି ଠାରୁ ସ୍ଵଭାବିକ ଭାବେ ହେବ ପ୍ରଭୁଙ୍କ ନୀତି।