ଭୁବନ ୧୧।୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁ ନିକଟରେ ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ । ଚଢ଼ାଉରେ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଭୁବନ ଥାନା ଗୁଜୁରିହାଟର ଅମିତ କୁମାର ସାହୁ, ନିରଞ୍ଜନ ମହାରଣା, କାମାକ୍ଷାନଗର ଥାନା ଆଳତୁମା ଗାଁର ଭୀମସେନ ସାହୁ, କାମାକ୍ଷାନଗର ଅନନ୍ତପୁରର ତ୍ରିଲୋଚନ ବେହେରା, ଯାଜପୁର ରୋଡ଼ ଲକ୍ଷ୍ମୀନଗରର ପ୍ରଶାନ୍ତ କୁମାର ସାହୁ, କୋପଦା ଗାଁର ଅନାମ ଦାସ, ବ୍ରାହ୍ମଣିଆର ଅବନୀ ବେହେରା, ସଦର ଥାନା ଗୋବିନ୍ଦପୁର ଗାଁର ମାନସ କୁମାର ସାହୁ, କୃଷ୍ଣକୁମାରପୁରର ପିଣ୍ଟୁ ସାମଲ । ଅଭିଯୁକ୍ତଙ୍କ ଠାରୁ ୩ଟି ନାମିଦାମୀ କାର୍, ୮ଟି ମୋବାଇଲ ଫୋନ୍, ୯୩ ହଜାର ନଗଦ ଟଙ୍କା ଜବତ କରାଯାଇଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ ଚଢ଼ାଉ କରିଥିଲା ।
You Can Read:
ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି