ରାଉରକେଲା ୨୯।୫: କୁଆଡ଼େ ଗଲା ଲୁଟ୍ ହୋଇଥିବା ବିସ୍ଫୋରକ । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ୍ ୨୦୦ ପେଟି ବିସ୍ଫୋରକର ଟେର ପାଉନାହିଁ ପୋଲିସ । ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ NIA ଟିମ୍ । ବିସ୍ଫୋରକ ସାମଗ୍ରୀ ଲୁଟ୍ ନେଇ NIA ଟିମ୍ ତଦନ୍ତ ଆରମ୍ଭ କରିଛି । କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ତନାଘନା ।
ବୁଧବାର ଗ୍ରାଉଣ୍ଡ ଜିରୋରେ ଡିଜିପି ପହଞ୍ଚିବା ପରେ ବି ପୋଲିସର ହାତ ଖାଲି ପଡିଛି । ୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍ । ପୁଣି ତାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖରେ । ମାଓବାଦୀ ବିସ୍ଫୋରକ ଲୁଟ୍ କରିଥିବା ସନ୍ଦେହରେ ଓଡ଼ିଶା ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ବିସ୍ଫୋରକ ଲୁଟ୍ ହେବାର ୪୮ଘଣ୍ଟା ପୁରିଲା ତଥାପି ଟେର ପାଉନାହିଁ ପୋଲିସ । ଯଦି ପୋଲିସର ଅନୁମାନ ସତ ମାଓବାଦୀ ୨୦୦ପେଟି ବିସ୍ଫୋରକ ଲୁଟ୍ କରିଥାନ୍ତି । ତାହେଲେ ଆଗକୁ ମାଓବାଦୀ ଏକ ବଡ଼ ଅଘଟଣ ଘଟାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
You Can Read: